ରାଜ୍ୟରେ ଚିହ୍ନଟ ହେଲେ ୩୦୬୭ କରୋନା ସଂକ୍ରମିତ, ୨୧୫୬୭୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର:-ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୦୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୫୬୭୬ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୦୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୨୫୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୨୯ଜଣ, ବାଲେଶ୍ବର ଜିଲ୍ଲାରୁ ୧୪୬ଜଣ, ବରଗଡ଼ ଜିଲ୍ଲାରୁ ୬୯ଜଣ, ଭଦ୍ରକ ଜିଲ୍ଲାରୁ ୫୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୮ଜଣ, ବୌଦ୍ଧ ଜିଲ୍ଲାରୁ ୪୫ଜଣ, କଟକ ଜିଲ୍ଲାରୁ ୨୩୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୧ଜଣ, ଗଜପତି ଜିଲ୍ଲାରୁ ୨୧ଜଣ, ଗଞ୍ଜାମ ଜିଲ୍ଲାରୁ ୩୪ଜଣ, ଜଗତସିଂହପୁର ଜିଲ୍ଲାରୁ ୮୪ଜଣ, ଯାଜପୁର ଜିଲ୍ଲାରୁ ୬୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୬ଜଣ, କଳାହାଣ୍ଡି ଜିଲ୍ଲାରୁ ୫୪ଜଣ, କନ୍ଧମାଳ ଜିଲ୍ଲାରୁ ୮୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯୪ଜଣ, କେନ୍ଦୁଝର ଜିଲ୍ଲାରୁ ୮୧ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୫୫ଜଣ, କୋରାପୁଟ ଜିଲ୍ଲାରୁ ୫୫ଜଣ, ମାଲକାନଗିରି ଜିଲ୍ଲାରୁ ୨୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୪୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୫୮ଜଣ, ନୟାଗଡ଼ ଜିଲ୍ଲାରୁ ୬୮ଜଣ, ନୂଆପଡ଼ା ଜିଲ୍ଲାରୁ ୮୫ଜଣ, ପୁରୀ ଜିଲ୍ଲାରୁ ୧୭୮ଜଣ, ରାୟଗଡ଼ା ଜିଲ୍ଲାରୁ ୪୧ଜଣ, ସମ୍ବଲପୁର ଜିଲ୍ଲାରୁ ୯୮ଜଣ, ସୋନପୁର ଜିଲ୍ଲାରୁ ୨୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୨ଜଣ, ଷ୍ଟେଟ ପୁଲ୍‌ରୁ ୨୧୧ଜଣ ରହିଛନ୍ତି ।

Leave a Reply

Your email address will not be published. Required fields are marked *