ସରପଞ୍ଚ ଏବଂ ପିଇଓଙ୍କୁ ଅଟକ ରଖିଲେ ଗ୍ରାମବାସୀ: ଗାଁ ଲୋକଙ୍କ ଅନୁପସ୍ଥିତିରେ ଚାଲିଥିଲା ପଲ୍ଲୀସଭା

ମୋରଡା:- ସରପଞ୍ଚ ଏବଂ ପିଇଓଙ୍କୁ ଅଟକ ରଖିଲେ ଗ୍ରାମବାସୀ। ମୟୁରଭଞ୍ଜ ଜିଲ୍ଲାର ମୋରଡା ବ୍ଲକ ଅନ୍ତର୍ଗତ ବରକନ୍ଦ ଗ୍ରାମପଞ୍ଚାୟତର ଝିଙ୍କିରିଆ ଉଚ୍ଚ ବିଦ୍ୟାଳୟରେ ପଞ୍ଚାୟତର ସରପଞ୍ଚ ଏବଂ ପିଇଓଙ୍କୁ  ଗ୍ରାମବାସୀ ଅଟକ ରଖିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ପଲ୍ଲୀସଭା ବାବଦରେ ଗ୍ରାମବାସୀମାନଙ୍କୁ ସରପଞ୍ଚ ନ ଜଣାଇ କିଛି ଗ୍ରାମବାସୀଙ୍କୁ ଧରି ଝିଙ୍କିରିଆ ହାଇସ୍କୁଲରେ ପଲ୍ଲୀସଭା କରୁଥିଲେ।

ପଲ୍ଲୀସଭା ହେଉଥିବା ଜାଣି ଗ୍ରାମବାସୀମାନେ ସେଠାରେ ପହଁଞ୍ଚଥିଲେ। ପୂର୍ବରୁ ଯେଉଁ ସ୍ଥାନରେ ପଲ୍ଲୀ ସଭା ହୁଏ, ସେହି ସ୍ଥାନରେ କାହିଁକି କରାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହି କଥାକୁ କେନ୍ଦ୍ରକରି ସରପଞ୍ଚ ଏବଂ ଗ୍ରାମବାସୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସରପଞ୍ଚ ଶୁଭେନ୍ଦୁ କୁମାର ବେହେରାଙ୍କୁ ଚାପୁଡ଼ା ମାରିବାରୁ ଗ୍ରାମବାସୀମାନେ ସ୍କୁଲର ଗେଟ ବନ୍ଦ କରି ଦେଇଥିଲେ। ଖବର ପାଇ ମୋରଡା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଗ୍ରାମବାସୀମାନେ ମାନି ନଥିଲେ। ବିଡ଼ିଓ  ଘଟଣାସ୍ଥଳକୁ ଆସି ସରପଞ୍ଚଙ୍କର ଏହିଭଳି ବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ। ଦୀର୍ଘ ପାଞ୍ଚ ଘଣ୍ଟା ଅଟକ ରଖିବା ପରେ ମୋରଡା ବିଡ଼ିଓ ପ୍ରିୟବ୍ରତ ପାଢ଼ୀ ଘଟଣାସ୍ଥଳରେ ପହଂଚି ଘଟଣାର ସମାଧାନ କରିଥିଲେ।

Leave a Reply

Your email address will not be published. Required fields are marked *