ଘାଟି ତଳକୁ ଖସି ପଡିଲା ଆମ୍ବୁଲାନ୍ସ: ଅଳ୍ପକେ ବର୍ତ୍ତିଗଲେ ରୋଗୀ

କଳାହାଣ୍ଡି:- ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। କଳାହାଣ୍ଡି ସିକେରକୁପା ଫାଣ୍ଡି ବଞ୍ଜାରୀ ଘାଟିରେ ଆମ୍ବୁଲାନ୍ସ ରାସ୍ତା ତଳକୁ ଖସିପଡିଲା। ରୋଗୀଙ୍କ ସମେତ ଆମ୍ବୁଲାନ୍ସ କର୍ମଚାରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭବାନୀପାଟଣା ଠାରୁ ବିଶାଖାପାଟଣା ରୋଗୀ ସ୍ଥାନାନ୍ତର ବେଳେ ଘାଟି ବୁଲାଣୀରେ ଆମ୍ବୁଲାନ୍ସ ସାମ୍ନାପଟୁ ଟ୍ରକ୍ ଧକ୍କା ଦେଇଥିଲା। ଡ୍ରାଇଭରଙ୍କ କହିବା ମୁତାବକ, ଗାଡିରେ ଥିବା ରୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେହିପରି କିଛିଦିନ ତଳେ ଯାଜପୁର ଚଣ୍ଡିଖୋଲ ନିକଟରେ ବାଇକ୍‌କୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ। ସେହି ଦୁର୍ଘଟଣାରେ କୁନି ଝିଅ ସମେତ ବାପା-ମାଆ ତିନିଜଣଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *