ବନ୍ଦ ହେଲା ନିଜିଗଡ ତାପଙ୍ଗ ,ନିୟମ ନମାନି ବୁଲିବାକୁ ଗଲେ ଦେବାକୁ ପଡିବ ବଡ ଜରିମାନା

ଭୁବନେଶ୍ୱର-:- କାଲିଠୁ ତାପଙ୍ଗ ନଯିବାକୁ ଜନସାଧାରଣଙ୍କୁ ବାରଣ କରିଛି ଜିଲ୍ଲାପ୍ରଶାସନ । ଖୋର୍ଦ୍ଧାର ନୂଆ ସେଲ୍୍ଫି ପଏଣ୍ଟ ପାଲଟିଥିବା ତାପଙ୍ଗ ଉପରେ ସମ୍ପୂଣ୍ଣ କଟକଣା ଲଗାଯାଇଛି । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରି ବୁଲିବାକୁ ଯାଆନ୍ତି ତେବେ ତାଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ଚେତାବନୀ ଦେଇଛି ।ଖୋର୍ଦ୍ଧା ସହର ଠାରୁ ଅଳ୍ପ ଦୂରରେ ଥିବା ନିଜିଗଡ ତାପଙ୍ଗରେ ସବୁଜ ରଙ୍ଗର ଜଳରାଶି ସାଙ୍ଗକୁ ପାହାଡ ଉପରେ ସବୁଜ ବନାନୀ ପର୍ୟ୍ୟଟକମାନଙ୍କୁ ଆକୃଷ୍ଟ  କରୁଥିଲା । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେବା ପରେ ଏହାକୁ ଓଡିଶାର ଲଦ୍ଦାଖ ବୋଲି କହୁଥିଲେ ।  ପରେ ପରେ ଏଠାକୁ  ପର୍ୟ୍ୟଟକଙ୍କ ସୁଅ ଛୁଟିଥିଲା । ଅଧିକାଶଂ ଯୁବପୀଢି ଏହାର ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଏଠାକୁ ସେଲଫି ଉଠାଇବାକୁ ଆସୁଥିଲେ । କିନ୍ତୁ ଏବେ ଏହା ଉପରେ କଟକଣା ଜାରି କରାଯାଇଛି ।ସୂଚନା ମୁତାବକ ତାପଙ୍ଗ ଏକ ପାହାଡିଆ ଅଞ୍ଚଳ ଯାହା ବିପଦପୂର୍ଣ୍ଣ ଭାବେ ରହିଛି । ତେଣୁ କରି ଜନସ୍ୱାର୍ଥକୁ ଆଖିଆଗରେ ରଖି ଜିଲ୍ଲାପ୍ରଶାସନ ଏହାକୁ ବ୍ୟାନ କରିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *