ଡେପୁଟି କଲେକ୍ଟରଙ୍କ ପରକୀୟା ପ୍ରୀତି
ଝାରସୁଗୁଡା : ବୌଦ୍ଧ ଡେପୁଟି କଲେକ୍ଟରଙ୍କ ପରକୀୟା ପ୍ରୀତିର ଗୁମର ଖୋଲିଛ୍ତି ନିଜେ ତାଙ୍କର ସ୍ତ୍ରୀ । ଆଉ ଏଥିପାଇଁ ତାଙ୍କ ପତ୍ନୀ ଶାରୀରିକ ନିର୍ଯାତନାର ଶିକାର ହୋଇଛନ୍ତି। ନିଜେ ପତ୍ନୀ ଝାରସୁଗୁଡା ପୁଲିସର ଦ୍ବାରସ୍ଥ ହୋଇଛନ୍ତି ।
ଓଏଏସ୍ ପତିଙ୍କ ପରକୀୟା ପ୍ରୀତିକୁ ଧରିବାକୁ ଲୁଚି ଲୁଚି ମୋବାଇଲ୍ କ୍ୟାମେର୍ ଅନ୍ କରି ପହଞ୍ଚି ଥିଲେ ପତ୍ନୀ । ଆଉ ଏହି କୋଠରୀରେ ପତିଙ୍କୁ ପାଇ ତାଙ୍କୁ ଗାଳି କରିବା ଆରମ୍ଭ କରୁଥିଲେ। ଆଉ ଏହା ପରେ ସଂପୃକ୍ତ ମହିଳାଙ୍କ ମୋବାଇଲ୍ ଛଡାଇବାକୁ ପ୍ରୟାସ କରିବା ସହ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ତାଙ୍କ ପତି ଓ କିଛି ବ୍ୟକ୍ତି ।
ଉକ୍ତ ଘଟଣା ଘଟିଛି ଝାରସୁଗୁଡାରେ । ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗ୍, ପତ୍ନୀଙ୍କୁ କଟକ ଯାଉଥିବା କହି ପହଞ୍ଚିଥିଲେ ଝାରସୁଗୁଡାରେ । ଶରତ କଟକ ନଯାଇ ଝାରସୁଗୁଡାରେ ନିଜ ବାନ୍ଧବୀଙ୍କ ସହ ବୁଲୁଥିବା ଖବର ପାଇ ପିଛା କରିଥିଲେ ପତ୍ନୀ ଡାଲିଆ ଦେବନାଥ । ସେ ବି ତାଙ୍କ ପଛରେ ଆସି ପହଞ୍ଚିଥିଲେ ଝାରସୁଗୁଡାରେ ।
ଶରତ ବାଗ ମହିଳାଙ୍କ ପାଖରେ ଏକ ବେଡ୍ରେ ଶୋଇଥିବାଦେଖି ପତ୍ନୀ ନିଆଁ ବାଣ ହୋଇଯାଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ । ଡାଲିଆ ଦେବନାଥ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତାଙ୍କ ପତି ଶରତ ବାଗ୍, ତାଙ୍କ ବାନ୍ଧବୀ, ପତିଙ୍କ ଜଣେ ସଂପର୍କୀୟ ଓ ତାଙ୍କର କିଛି ବନ୍ଧୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।
ତେବେ କୌଶଳକ୍ରମେ ଡାଲିଆ ସେଠାରୁ ଖସିଆସି ବିଟିଏମ୍ ଫାଣ୍ଡିରେ ଏତଲା ଦେବା ସହ ଏସପିଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ | ତେବେ ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିଛି।
ପୂର୍ବରୁ ଶରତ ବାଗ୍ ବଲାଙ୍ଗିରରେ ଅବସ୍ଥାପିତ ଥିବାବେଳେ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇ ଆସୁଛି । ଏନେଇ ଏକ ମାମଲା କୋର୍ଟରେ ମଧ୍ୟ ବିଚାରାଧୀନ ରହିଛି।