ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି
ଭୁବନେଶ୍ୱର :– ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଦାୟିତ୍ୱ ମିଳିଛି ଏବଂ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ୨ ଯୁବ ନେତାଙ୍କ ହାତରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି।
ବ୍ୟୋମକେଶ ପୂର୍ବରୁ ଛାତ୍ର ସଭାପତି ଦାୟିତ୍ୱ ତୁଲାଇଥିବା ବେଳେ ସେହିଭଳି ବିଧାୟକ ନିର୍ବାଚିତ ପୂର୍ବରୁ ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ଛାତ୍ର ବାହିନୀର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିଲେ ।