ଦୁଇଖଣ୍ଡ କାଠରେ ନଈ ପାର ହେଉଛନ୍ତି ୧୦ ଖଣ୍ଡ ଗାଁର ଲୋକେ,

କନ୍ଧମାଳ:-କାଠଗଣ୍ଡିରେ ଜୀବନ । ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲ୍ଲାରେ ଗମନାଗମନ ପାଇଁ କିଭଳି ଲୋକମାନେ ପ୍ରତିଦିନ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛି ଇଏ ହେଉଛି ସେହି ଦୃଶ୍ୟ । ୨ଦିନ ତଳେ ନୂଆ ଗାଁ ବ୍ଲକରେ ଏପରି ଏକ ଦୃଶ୍ୟ ଆମେ ଆପଣଙ୍କୁ ଦେଖାଇଥିଲୁ । ବିଦ୍ୟୁତ ତାର ଉପରେ ଲୋକେ ନଦୀ ପାର ହେଉଥିଲେ । ଆଜି ପୁଣି ଆସିଛି ସେହିପରି ଏକ ଦୃଶ୍ୟ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ପଂଚାୟତରୁ ୧୦ଖଣ୍ଡ ଗାଁର ପ୍ରାୟ ୮୦୦ରୁ ଅଧିକ ଲୋକ ଚିରସ୍ରୋତା ବାଘ ନଦୀ ଉପରେ ଜୀବନକୁ ବାଜି ଲଗାଇ ଦୁଇ ଖଣ୍ଡ କାଠ ଗଣ୍ଡି ଉପର ଦେଇ ଯାଆସ କରୁଛନ୍ତି । ସମସ୍ୟା ଆଜିକାଲିର ନୁହେଁ, ବର୍ଷ ବର୍ଷର । ବାଘ ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହୋଇଆସୁଛି । କିନ୍ତୁ ସମସ୍ୟାର ସମାଧାନ ହୋଇପାରୁନି । ବିଶେଷ କରି ବର୍ଷା ୪ ମାସ ଏହି ନଦୀ ଉପରେ କାଠ ଗଣ୍ଡି ପକାଇ ଲୋକେ ଯାଆସ କରନ୍ତି । ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧିଙ୍କୁ ଏ ନେଇ ଅବଗତ କରାଇଥିଲେ ମଧ୍ୟ ସ୍ଥିତି ଯାହାକୁ ସେୟା ।

Leave a Reply

Your email address will not be published. Required fields are marked *