‘ଆମେରିକାସ୍‌ ଗଟ୍‌ ଟ୍ୟାଲେଣ୍ଟରେ ଓଡିଆ ପୁଅର କମାଲ

ଭୁବନେଶ୍ୱର : –ଗ୍ଲୋବାଲ୍‌ ପ୍ଲାଟ୍‌ଫର୍ମରେ ଚମକିଛନ୍ତି ଆଉ ଜଣେ ଓଡ଼ିଆ ପୁଅ । ବିଶ୍ୱ ଦରବାରରେ ଓଡ଼ିଶା ଟେକ ରଖିଛନ୍ତି । ଭୁବନେଶ୍ୱରରେ ରହୁଥିବା ରାୟଗଡ଼ା ଜିଲ୍ଲାର ୨୧ବର୍ଷୀୟ ଯୁବକ ମାରାଜୁ ସୁମନ୍ତ ‘ଆମେରିକାସ୍‌ ଗଟ୍‌ ଟ୍ୟାଲେଣ୍ଟ ସିଜନ୍‌-୧୫’ର ଫାଇନାଲ୍‌ରେ ପହଞ୍ଚିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଡ୍ୟାନ୍ସ ପାର୍ଟନର୍‌ ଭାବେ ତାଙ୍କ ସହିତ ରହିଛନ୍ତି କୋଲକାତାର ୧୫ବର୍ଷୀୟ ସୋନାଲି ମଜୁମ୍‌ଦାର୍‌ । ଉଭୟେ ମିଶି ସଫଳତାର ସହ ବିଦେଶୀ ମଞ୍ଚରେ ନିଜ ପ୍ରତିଭା ଦେଖାଇଛନ୍ତି । ଏହି ସୋ’ର ଗ୍ରାଣ୍ଡ୍‌ ଫାଇନାଲ୍‌ ଆସନ୍ତା ମଙ୍ଗଳବାର ୨୨ ତାରିଖରେ ଆମେରିକୀୟ ସମୟ ରାତି ୮ଟାରେ ପ୍ରସାରିତ ହେବ । ଏହା ଭାରତୀୟ ସମୟ ଅନୁସାରେ ୨୩ତାରିଖ ଭୋର ସାଢ଼େ ୫ଟାରେ ଦର୍ଶକ ଦେଖିବେ । ଏହା ଲାଇଭ୍‌ ହେବ । ସୁମନ୍ତ-ସୋନାଲିଙ୍କ ଯୋଡ଼ିଙ୍କୁ ଜିତିବା ପାଇଁ ଅଧିକ ଭୋଟିଂର ଆବଶ୍ୟକତା ରହିଛି । ଏଥିପାଇଁ କେବଳ ଆମେରିକାବାସୀ ଓ ଆମେରିକାରେ ରହୁଥିବା ଭାରତୀୟମାନେ ଭୋଟିଂ ସହ ଡ୍ୟାନ୍ସ ସମୟରେ ମତାମତ ଦେଇପାରିବେ । ଭାରତରେ ରହୁଥିବା ଲୋକମାନେ କେବଳ ମତାମତ ଦେଇପାରିବେ ବୋଲି ସୁମନ୍ତଙ୍କ ବାପା ଏମ୍‌. ଜଗଦୀଶ୍ୱର ରାଓ କହିଛନ୍ତି । ଫାଇନାଲ୍‌କୁ ସାରା ଭାରତ ଚାହିଁ ବସିଥିବାବେଳେ ପରିବାରରେ ଉତ୍ସାହ ଖେଳିଯାଇଛି ।

ଏମ୍‌. ଜଗଦୀଶ୍ୱର ରାଓ ଏବଂ ଏମ୍‌. ରାଧାକୁମାରୀଙ୍କ ପୁଅ ସୁମନ୍ତ ରାଜ୍ୟ ଏବଂ ଦେଶ ବାହାରର ବହୁ ମଞ୍ଚରେ ନିଜ ନୃତ୍ୟକଳା ପ୍ରଦର୍ଶନ କରି ପ୍ରଶଂସା ପାଇଚାଲିଛନ୍ତି । ତେବେ ଆମେରିକାସ୍‌ ଗଟ୍‌ ଟ୍ୟାଲେଣ୍ଟ ସେମିଫାଇନାଲ୍‌ ମଞ୍ଚରେ ଉଭୟ ଦକ୍ଷୀଣ ଭାରତୀୟ ହିଟ୍‌ ଗୀତ‘ଟପ୍‌ ଲେସି ପୋଡି’ରେ ନୃତ୍ୟ ପ୍ରଦର୍ଶନ କରି ବିଚାରକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ । ବିଚାରକମାନେ ଆମେରିକୀୟ ଗ୍ରୁପ୍‌କୁ ପଛରେ ପକାଇ ସୁମନ୍ତ-ସୋନାଲିଙ୍କ ଯୋଡ଼ିଙ୍କୁ ଫାଇନାଲ୍‌କୁ ଉନ୍ନୀତ କରିଥିଲେ । ‘ବ୍ୟାଡ୍‌ ସାଲ୍‌ସା’ ନାମରେ ପରିଚିତ ସୁମନ୍ତ ଓ ସୋନାଲିଙ୍କ ଡ୍ୟାନ୍ସ ଯୋଡ଼ି ପୂର୍ବରୁ ୨୦୧୨ରେ ‘ଇଣ୍ଡିଆସ୍‌ ଗଟ୍‌ ଟ୍ୟାଲେ

Leave a Reply

Your email address will not be published. Required fields are marked *