ମା’ ଓ ଝିଅଙ୍କ ମୃତ୍ୟୁ ଘଟଣାକୁ ବିତିଲାଣି ୪ ଦିନ, ଉଠିପାରୁନି ଶବ

ପଟ୍ଟାମୁଣ୍ଡାଇ:-ରାଜନଗର ଅଞ୍ଚଳରେ ମା’ ଓ ଝିଅଙ୍କ ମୃତ୍ୟୁ ଘଟଣାକୁ ୪ ଦିନ ବିତିଲାଣି, ହେଲେ ଉଠି ପାରିନି ମୃତଦେହ । ମାମୁ ଘର ଦୁଆରେ ମା’ ଓ ଝିଅଙ୍କ ମୃତଦେହ ପଡିରହିଛି । ଦୁର୍ଗନ୍ଧରେ ଫାଟି ପଡୁଛି ଗାଁ ଦାଣ୍ଡ । ଅନ୍ୟପଟେ ଗାଁ ମନ୍ଦିର ଓ ଘରେ ଦେବାଦେବୀଙ୍କ ପୂଜା ବନ୍ଦ ରହିଛି । ଗ୍ରାମବାସୀଙ୍କ ଜିଦ୍ ଅଭିଯୁକ୍ତକୁ ଗିରଫ ନକରାଯିବା ପର୍ଯ୍ୟନ୍ତ ଶବ ସତ୍କାର ହେବନାହିଁ ।

ସୂଚନାଯୋଗ୍ୟ ଯେ, ଗତ ୧୯ ତାରିଖରୁ ମା’ ପ୍ରମିଳା ନାଥ ନିଖୋଜ ଥିଲେ । ମା’ଙ୍କ ନିଖୋଜ ନେଇ ରାଜନଗର ଥାନାରେ ଅଭିଯୋଗ କରିଥିଲେ ବଡ ଝିଅ ସତ୍ୟପ୍ରିୟା । ତେବେ ରବିବାର ସକାଳେ ମାମୁ ଘର ବାଡି ପୋଖରୀରୁ ସତ୍ୟପ୍ରିୟାଙ୍କ ମୃତଦେହ ମିଳିଥିଲା । ରାତିରେ ହଂସୁଆ ନଦୀର ଗୋବର୍ଦ୍ଧନପୁର ନିକଟରୁ ନିଖୋଜ ମା’ଙ୍କ ମୃତଦେହ ମିଳିଥିଲା । ତାଙ୍କର ମୋବାଇଲ ଓ ଚପଲ ନିକଟସ୍ଥ ମାଟିଆ ମଙ୍ଗଳା ମନ୍ଦିର ନିକଟ ହଂସୁଆ ନଦୀ ଘାଟରୁ ମିଳିଥିଲା । ଉଭୟଙ୍କୁ ହତ୍ୟା କରାଯାଇଥିବା ପ୍ରମିଳାଙ୍କ ସ୍ବାମୀ ପତିତପାବନ ନାଥ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *