ୱେବ୍ ସିରିଜ୍ରେ କାମ ଦେବା ନାମରେ ମାଗୁଥିଲା ନଗ୍ନ ଫଟୋ
ନୂଆଦିଳ୍ଲୀ:-ମହିଳା ମଡେଲଙ୍କୁ ବ୍ୟବହାର କରିବା ଏବଂ ଚାକିରୀ ଦେବା ନାମରେ ସେମାନଙ୍କୁ ଶୋଷଣ କରିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଇନଷ୍ଟାଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ପୋଲିସ ସୂଚନାନୁସାରେ, ଅଭିଯୁକ୍ତ ଦୀପକ ଦାବି କରୁଥିଲା କି, ସେ ଏକ ପ୍ରଡକ୍ସନ୍ ହାଉସ୍ ସହ ଜଡିତ ଥିଲା ଏବଂ ଆଗାମୀ ୱେବ୍ ସିରିଜ୍ ପାଇଁ ଏକ ନୂଆ ମଡେଲ୍ ଖୋଜୁଥିଲା। ଜଣେ ଅଭିଯୋଗକାରୀ ଯୁବତୀ ତାଙ୍କ ସହ ଇନଷ୍ଟାଗ୍ରାମରେ ଯୋଗାଯୋଗ କରିଥିଲେ। ସେ ନିଜକୁ ଜଣେ ମଡେଲ ଭାବରେ ପରିଚୟ ଦେଇଥିଲେ। ଅଭିଯୁକ୍ତ ଜଣକ ମହିଳାଙ୍କୁ କହିଥିଲେ ଯେ, ସେ ଆଗାମୀ ୱେବ୍ ସିରିଜ୍ ପାଇଁ ଏକ ନୂଆ ମଡେଲ୍ ଖୋଜୁଛନ୍ତି। ଆଉ ଏଥିପାଇଁ ଅଭିଯୁକ୍ତ ଜଣକ ଯୁବତୀଙ୍କୁ ପଚାରିଥିଲେ, ତୁମେ ଅଡିସନ୍ ପାଇଁ ନିଜର ନଗ୍ନ ଫଟୋ ପଠାଇ ପାରିବ କି ?
୧୭ ବର୍ଷର ଏହି ନାବାଳିକା ଜଣକ ତାଙ୍କ ନଗ୍ନ ଫଟୋ ଅଭିଯୁକ୍ତଙ୍କ ନିକଟକୁ ପଠାଇଥିଲେ। ଏହା ପରେ ମଧ୍ୟ ସେ ଯୁବତୀଙ୍କୁ ଆହୁରି ଅଧିକା ନଗ୍ନ ଫଟୋ ମାଗିଥିଲେ, ଯାହା ପରେ ମହିଳା ଜଣକ ବିରକ୍ତ ହୋଇ ଫଟୋ ଦେବାକୁ ମନା କରିଦେଇଥିଲେ । ଏହାପରେ ଅଭିଯୁକ୍ତଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍ କରିଦେଇଥିଲେ।
ପରେ ଦୁଇଜଣ ବ୍ୟକ୍ତି ଇନଷ୍ଟାଗ୍ରାମରେ ମହିଳାଙ୍କ ସହ ଯୋଗାଯୋଗ କରି ସୋସିଆଲ ମିଡିଆରେ ତାଙ୍କ ନଗ୍ନ ଫଟୋ ପୋଷ୍ଟ କରିବେ ବୋଲି ଧମକ ଦେଇଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କୁ ଆହୁରି ଫଟୋ ଦେବା ପାଇଁ ବ୍ଲାକମେଲ କରିବା ଆରମ୍ଭ କରିଥିଲା। ଯାଞ୍ଚ ବେଳେ ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ନମ୍ବର ଖୋଜିଥିଲା। ମୋବାଇଲ୍ ଲୋକେସନ ପାଇବା ପରେ ଅଭିଯୁକ୍ତଙ୍କୁ ସୁଲତାନପୁରୀରେ ଥିବା ତାଙ୍କ ଘରୁ ଗିରଫ କରିଥିଲା।