ବିବାହ ବିଛେଦ ମାମଲା : ସୁପ୍ରିମକୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ବର:- ସୁପ୍ରିମକୋର୍ଟ ଗଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅନୁଭବ-ବର୍ଷା ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ। ଅନୁଭବ ଦାୟର କରିଥିବା ଛାଡ଼ପତ୍ର ମାମଲାକୁ ସ୍ଥାନାନ୍ତର କରିବାକୁ ଆବେଦନ କରାଯାଇଛି। ଦିଲ୍ଲୀ ପଟିଆଲା ହାଉସ୍‌ରୁ କୋର୍ଟରୁ କଟକ ସ୍ଥାନାନ୍ତର କରିବାକୁ ଆବେଦନ କରାଯାଇଛି। ତେବେ ଦିଲ୍ଲୀ ଯାଇ ମାମଲା ଲଢିବା ସମ୍ଭବ ନୁହେଁ ବୋଲି ସୁପ୍ରିମକୋର୍ଟରେ କରିଥିବା ଆବେଦନରେ ଦର୍ଶାଇଛନ୍ତି ବର୍ଷା ।

ପଟିଆଲା ହାଉସକୋର୍ଟରୁ ମାମଲାକୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ତେବେ ବର୍ଷାଙ୍କ ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟର ଦ୍ୱାରସ୍ଥ ହୋଇ ସାରିଥିଲେ। ଗତ ଜୁଲାଇ ମାସରେ କୋର୍ଟରେ ମାମଲା ଦାୟର କରି ଅଭିନେତାରୁ ରାଜନେତା ଅନୁଭବ ମହାନ୍ତି ପତ୍ନୀ ବର୍ଷାଙ୍କଠାରୁ  ଅଲଗା ହେବାକୁ ଚାହୁଁଥିବା ଦର୍ଶାଇଥିଲୋ । ସେ ବିବାହ କରି ମଧ୍ୟ ସାଧାରଣ ବୈବାହିକ ଜୀବନରୁ ବଞ୍ଚିତ ହେଉଥିବା ଦର୍ଶାଇ ସେଥିଲାଗି ପତ୍ନୀଙ୍କୁ ଆକ୍ଷେପ କରି  ଛାଡପତ୍ର ଚାହୁଁଥିବା ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ପିଟିସନରୁ ଜଣାପଡିଛି ।

ସୂଚନା ମୁତାବକ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ କଟକ ଏସଡିଜେଏମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିବା ସହ ଭରଣ ପୋଷଣ ଦାବି କରିଥିଲେ । କିନ୍ତୁ ଏହି ମୋକଦ୍ଦମା ଦାୟର ହେବା ପୂର୍ବରୁ ଅନୁଭବ ପଟିଆଲା ହାଉସ କୋର୍ଟର ଦ୍ୱାରସ୍ତ ହୋଇଥିଲେ ।

ଅନୁଭବ ଅଭିଯୋଗ କରିଥିଲେ ଯେ, ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାହ ପରେ ସୁସ୍ଥ ବୈବାହିକ ସମ୍ପର୍କ ରକ୍ଷା କରିବାରେ ବିଫଳ ହୋଇଛନ୍ତି । ଏପରିକି ତାଙ୍କୁ ମାନସିକ ନିର୍ଯାତନା ଦେଇଛନ୍ତି । ବର୍ଷା ଶାଶୂ-ଶ୍ୱଶୁରଙ୍କ ସହ ରହିବାକୁ ପସନ୍ଦ କରୁନଥିଲେ । ଅଧିକାଂଶ ସମୟ ନିଜ ବାପଘରେ ରହୁଥିଲେ । ଏପରିକି ବର୍ଷା ଅନେକ ଥର ତାଙ୍କୁ ପରିବାର ସାମ୍ନାରେ ନିନ୍ଦିତ କରିଛନ୍ତି । ବର୍ଷା ଗତ ଅଗଷ୍ଟ ୭ ତାରିଖରେ ଅନୁଭବଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ ଘରୋଇ ହିଂସାକୁ ନେଇ ସେକ୍ସନ ୧୨ରେ କେସ୍ ଫାଇଲ କରିଥିଲେ।

ସୂଚନାଯୋଗ୍ୟ ଯେ, ଉଭୟ ଅନୁଭବ ଓ ବର୍ଷା ଓଡିଆ ସିନେମା ଜଗତର ନାମକରା ଅଭିନେତା ଓ ଅଭିନେତ୍ରୀ । ଏପରିକି ସେମାନଙ୍କୁ ଓଲିଉଡର ସୁପରଷ୍ଟାର ମାନ୍ୟତା ମଧ୍ୟ ଦିଆଯାଏ । ସେମାନେ ୨୦୧୪, ଫେବ୍ରୁଆରୀ ୮ ତାରିକରେ ଓଲିଉଡର ଦୁଇ ଚର୍ଚ୍ଚିତ ପ୍ରେମୀ ଯୁଗଳଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ସେତେବେଳେ ଅନୁଭବଙ୍କୁ ୩୨ ଓ ବର୍ଷାଙ୍କୁ ୩୦ ବର୍ଷ ହୋଇଥିଲା । ଉଭୟ କଟକର ବାସିନ୍ତା ଥିବାବେଳେ ୨୦୧୪ ଜୁନରେ ରାଜ୍ୟସଭାକୁ ନିର୍ବାଚିତ ତଥା ରାଜ୍ୟସଭାର ସର୍ବକନିଷ୍ଠ ସାଂସଦ ଅନୁଭବ ପରବର୍ତ୍ତୀ ସମୟରେ କେନ୍ଦ୍ରାପଡା ଲୋଲସଭାରୁ ନିର୍ବାଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *