ପୁଲିସ୍ ନାଁରେ ହତ୍ୟା ଅଭିଯୋଗ

ଭୁବନେଶ୍ବର:–ପୁଲିସ୍ ନାଁରେ ହତ୍ୟା ଅଭିଯୋଗ।  ତୋମାଣ୍ଡୋ ଥାନା ପୋଲିସ କର୍ମଚାରୀ ବିଜୟ କୁମାର ଗୋଚ୍ଛାୟତ ଏବଂ  ତାଙ୍କ ପୁଅ ଯାମିନୀ ଗୋଚ୍ଛାୟତଙ୍କ ନାଁରେ ହତ୍ୟା ଅଭିଯୋଗ ହୋଇଛି। ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଝିଅର ପରିବାର ଲୋକେ।ଏ ନେଇ ତୋମାଣ୍ଡୋ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ମୃତଦେହ। ମୃତ ମହିଳାଙ୍କ ବେକରେ ରଶି ଲଗା ଦାଗ ସ୍ପଷ୍ଟ ଭାବେ ଦେଖାଯାଉଛି। ତେଣୁ କେଉଁ ପରିସ୍ଥିତି ଏବଂ କାହିଁକି ଏଭଳି ଘଟଣା ଘଟିଲା, ସେ ସଂପର୍କରେ ପୁଲିସ୍ ଛାନ୍‌ଭିନ୍‌ ଆରମ୍ଭ କରୁଛି। ୮ ମାସ ତଳେ ଦୁହିଁଙ୍କ ବାହାଘର ହୋଇଥିଲା। ଏହି ଘଟଣାରେ ବର୍ତ୍ତମାନ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *