କୁକୁରକୁ ବଞ୍ଚାଇବାକୁ ଯାଇ JCBରେ ନଦୀକୁ ଡେଇଁଲେ ହୋମଗାର୍ଡ,

ତେଲେଙ୍ଗାନା:-ତେଲେଙ୍ଗାନାର ଏକ ଆଶ୍ଚର୍ଯ୍ୟ ଚକିତ କଲା ଭଳି ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଗୋଟେ କୁକୁର ନଦୀ ଜଳର ସ୍ରୋତରେ ଭାସି ଯାଇ ଫସି ଯାଇଥିଲା। ଫଳରେ ସେହି କୁକୁରଟିକୁ ବଞ୍ଚେଇବା ପାଇଁ ଜଣେ ହୋମଗାର୍ଡ ଜେସିବିର ସାହଯ୍ୟ ନେଇ କୁକୁରଟିକୁ ବଞ୍ଚାଇବାକୁ ବାହାରିଥିଲେ ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ଲାଗି ରହିଛି। ଜାତୀୟ ଖବର ସରବାରହ ସଂସ୍ଥା ଏଏନ୍ଆଇ ଏହି ଭିଡିଓଟି ପୋଷ୍ଟ କରିଥିଲା। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଭିଡିଓଟିରେ ଦେଖାଯାଉଛି ଯେ, ହୋମଗାର୍ଡ ଜଣକ ଜେସିବିରେ ବସି ଖୁବ୍‌ ଜୋରରେ ଜଳ ପ୍ରବାହିତ ନଦୀରେ ଫସି ଯାଇଥିବା କୁକୁରଟିକୁ ଝାଟିରୁ ବାହାର କରି ଜେସିବିରେ ଉପରକୁ ଆଣିଥିଲେ। ଉକ୍ତ ହୋମଗାର୍ଡ ଜଣଙ୍କର ନାମ ହେଉଛି ମୁଜୀବ। ସୂଚନାଥାଉକି, କୁକୁରଟି ନଗରକରନେଲୁରେ ନଦୀର ଝାଟି ବୁଦାରେ ଫସି ଯାଇଥିଲା। ଉପସ୍ଥିତି ବୁଦ୍ଧି ଲଗାଇ ହୋମଗାର୍ଡ ଜଣକ ଉକ୍ତ କୁକୁରଟିର ଜୀବନ ବଞ୍ଚାଇଛନ୍ତି।

ଏହି ଭିଡିଓଟିକୁ ଏଏନ୍‌ଆଇ ୧୭ ସେପ୍ଟେମର ଗୁରୁବାର ଦିନ ଶେୟାର କରିଥିଲା। ଫଳରେ ସୋଶିଆଲ ମିଡିଆ ବ୍ୟବହାରକାରୀ ମାନେ ହୋମଗାର୍ଡ ଜଣଙ୍କର ଏଭଳି କାମକୁ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି। ଏଭଳି ମହତ କାମ ପାଇଁ ତାଙ୍କୁ ଭୁରି ପ୍ରଶଂସା କରୁଛନ୍ତି ସ୍ଥାନୀୟ ଲୋକେ।

Leave a Reply

Your email address will not be published. Required fields are marked *