ରାଜ୍ୟରେ ୨୪ ଘଣ୍ଟାରେ ସୁସ୍ଥ ହେଲେ ୩୬୦୭ ଆକ୍ରାନ୍ତ
ଭୁବନେଶ୍ବର:- ରାଜ୍ୟରେ ୨୪ ଘଣ୍ଟାରେ ୩୬୦୭ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧,୩୩, ୪୬୬କୁ ବୃଦ୍ଧି ଘଟିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି।
ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ଦିନରେ ସର୍ବାଧିକ ୧୦୩୭ ରୋଗୀ କରୋନାମୁକ୍ତ ହୋଇଛନ୍ତି। ଖୋର୍ଦ୍ଧାରୁ ଯେଉଁ ଭଳି ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହିଭଳି ସୁସ୍ଥ ମଧ୍ୟ ହେଉଛନ୍ତି। ସେହିପରି ପୁରୀ ଜିଲ୍ଲାରୁ ୪୧୫, କଟକ ଜିଲ୍ଲାରୁ ୨୯୯, ବଲାଙ୍ଗିର ଜିଲ୍ଲାରୁ ୧୪୦, ମୟୂରଭଞ୍ଜ ଜିଲ୍ଲାରୁ ୧୨୮, ଯାଜପୁର ଜିଲ୍ଲାରୁ ୧୨୭, ବାଲେଶ୍ଵରରୁ ୧୧୨, ସୁନ୍ଦରଗଡରୁ ୧୦୭, ଜଗତସିଂହପୁରରୁ ୧୦୫, ନବରଙ୍ଗପୁର ଜିଲ୍ଲାରୁ ୧୦୪, ସୋନପୁରରୁ ୧୦୦ ଜଣ ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି।
ସେହି ପରି ବରଗଡ ଜିଲ୍ଲାରୁ ୮୪, କେନ୍ଦ୍ରାପଡା ଜିଲ୍ଲାରୁ ୮୪, ଝାରସୁଗୁଡାରୁ ୮୨, ରାୟଗଡାରୁ ୮୦, ଗଞ୍ଜାମ ଜିଲ୍ଲାରୁ ୭୫, କୋରାପୁଟ ଜିଲ୍ଲାରୁ ୭୫, ସମ୍ବଲପୁରରୁ ୭୧, ନୟାଗଡରୁ ୫୫, ଭଦ୍ରକରୁ ୫୪, ନୂଆପଡାରୁ ୪୪, କେନ୍ଦୁଝରରୁ ୪୩, ମାଲକାନଗିରିରୁ ୩୭, ବୌଦ୍ଧରୁ ୩୦, ଢେଙ୍କାନାଳରୁ ୨୮, ଗଜପତିରୁ ୨୬, କଳାହାଣ୍ଡିରୁ ୧୯, ଦେବଗଡରୁ ୧୮, କନ୍ଧମାଳରୁ ୧୬ ଓ ଅନୁଗୁଳ ଜିଲ୍ଲାରୁ ୧୨ ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ଥରେ ଚାରି ହଜାରରୁ ଉର୍ଦ୍ଧ୍ଵ ଅର୍ଥାତ ୨୨୪୧ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧, ୬୭, ୧୬୧ରେ ପହଞ୍ଚିଛି। ଅନ୍ୟପଟେ ଆଉ ୧୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯ରେ ପହଞ୍ଚିଛି। ଆଜିର ସୁସ୍ଥକୁ ମିଶାଇ ମୋଟ୍ ଆରୋଗ୍ୟସଂଖ୍ୟା ୧,୩୩, ୪୬୬କୁ ବୃଦ୍ଧି ଘଟିଛି।