ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ କରୋନା
ଭୁବନେଶ୍ୱର:-ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଦ୍ମନାଭ କରୋନା ସଂକ୍ରମିତ ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନ ଯୋଗେ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ।
ସେହିପରି କରୋନା ସଂକ୍ରମିତ ବିଧାୟକ ପ୍ରଦୀପ ଅମାତ, ଶଶୀଭୁଷଣ ବେହେରା, ସରୋଜ ମେହେର ଓ ବିଜେଡି ମୁଖପାତ୍ର ସୁଲତା ଦେଓଙ୍କ ସହ ଫୋନ ଯୋଗେ କଥା ହୋଇ ମୁଖ୍ୟମନ୍ତ୍ରୀ ସଭିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ଜଣ ମନ୍ତ୍ରୀ କରୋନା ସଂକ୍ରମିତ ହେଲେଣି । ସେହିପରି ଏଯାବତ୍ ରାଜ୍ୟର ୨୨ଜଣ ବିଧାୟକ, ୩ଜଣ ସାଂସଦ କରୋନା ସଂକ୍ରମିତ ହୋଇଛନ୍ତି ।










