ଗୁଡ଼ ଏବଂ ଲେମ୍ବୁରେ ପ୍ରସ୍ତୁତ ଏହି ଡ୍ରିଙ୍କ୍ ସାହାଯ୍ୟରେ ହ୍ରାସ କରନ୍ତୁ ଓଜନ,

ବର୍ତ୍ତମାନ ଆମେ ଅନେକ ଦିନ ହେବ ଘରୁ ବାହାରକୁ ଯାଇ ନାହାନ୍ତି କି ବାହାର ଖାଦ୍ୟ ଖାଇ ନାହାନ୍ତି ତଥାପି ଆମ ଓଜନ କମିବାର ନାଁ ଧରୁନି । ଅନେକ ଲୋକ ପଚାରନ୍ତି ଯେ ଘରେ ଖାଦ୍ୟର ଲୋଭକୁ କିପରି ନିୟନ୍ତ୍ରଣ କରାଯାଇପାରିବ | ତେବେ ଯଦି ଆପଣ ବିନା ଜିମ୍ ସାହାଯ୍ୟରେ ଓଜନ ହ୍ରାସ କରିବାକୁ ଚାହୁଛନ୍ତି କିମ୍ବା ଚର୍ବିରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ଏହି ପୋଷ୍ଟକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ | ଯଦି ଓଜନ ହ୍ରାସ ହେଉଛି ଆପଣଙ୍କ ଲକ୍ଷ୍ୟ, ତେବେ ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏକ ପାନୀୟ ବିଷୟରେ କହୁଛୁ ଯାହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ ।

ଏହି ପାନୀୟରେ କଣ ରହିଛି ବିଶେଷ ?

ଏହି ପାନୀୟର ସବୁଠାରୁ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଗୁଡ଼ ଏବଂ ଲେମ୍ବୁ  । ଏହି ଦୁଇଟି ଜିନିଷ ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ସହଜରେ ମିଳିବ । ଗୁଡ଼ ଏବଂ ଲେମ୍ବୁରେ ବିଭିନ୍ନ ଉପାଦାନ ଥାଏ ଯାହା ଶରୀରକୁ ଉପକାର ଦେଇଥାଏ | ଖାଇବା ପରେ ନିଜ ଡାଏଟରେ ଗୁଡ଼ ମିଶାଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ବୃଦ୍ଧିପାଇଥାଏ । ଏହା ଦ୍ୱାରା, ଆପଣଙ୍କ ପେଟରେ ଜମା ହୋଇଥିବା ଚର୍ବି ଶୀଘ୍ର ହ୍ରାସ ପାଇବ । ଏହା ସହିତ ଲେମ୍ବୁ ପାନି କିମ୍ବା ଲେମ୍ବୁ ରସ ଚର୍ମ ପାଇଁ କେଉଁ ଚମତ୍କାରଠାରୁ କମ୍ ନୁହେଁ । ଶରୀରରେ ଥିବା ମଇଳା କିମ୍ବା ବିଷାକ୍ତ ପଦାର୍ଥକୁ ବାହାର କରି ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

 

ଗୁଡ଼ ଏବଂ ଲେମ୍ବୁକୁ ମିଶାଇବାର ଫାଇଦା

ଆପଣଙ୍କ ରୋଷେଇ ଘରେ ସହଜରେ ଉପଲବ୍ଧ ହେଉଥିବା ଏହି ଦୁଇଟି ଜିନିଷକୁ ଯେତେବେଳେ ମିଶାଯାଏ ସେତେବେଳେ ଆପଣଙ୍କ ଶରୀରକୁ ଭିଟାମିନ ସି ଏବଂ ପାଣି ଦୁହେଁ ମିଳିଥାନ୍ତି । ଓଥିରେ ଜିଙ୍କ ଏବଂ ଆଣ୍ଟି ଅକ୍ସିଡାଣ୍ଡ ଗୁଣ ମଧ୍ୟ ରହିଛି । ଚିନି ବଦଳରେ ଗୁଡ଼ ଖାଇବା ଅନେକ ଲାଭଦାୟକ । ଏଥିରେ କ୍ୟାଲୋରୀ ହ୍ରାସ ପାଇବା ସହ ଶରୀରର ଅମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି କରିଥାଏ । ଗୁଡ଼ ଏବଂ ଲେମ୍ବୁ ପାଣି ସେବନ ଦ୍ୱାରା ଆପଣଙ୍କ ପାଚକ ପ୍ରକ୍ରିୟା ମଧ୍ୟ ଭଲ ରହିଥାଏ ଏବଂ ଶ୍ୱାସକ୍ରିୟା ମଧ୍ୟ ଭଲ ରହିଥାଏ ।

କେମିତି ପ୍ରସ୍ତୁତ କରିବେ ଏହି ଡ୍ରିଙ୍କ

ଏହି ଡ୍ରିଙ୍କକୁ ପ୍ରସ୍ତୁତ କରିବା ପାଇଁ ହାଲକା ଉଷୁମ ପାଣିରେ ଏକ ଚାମଚ ଲେମ୍ବୁ ରସ ସହ ଗୁଡ଼ ମିଶାନ୍ତୁ । ଏହି ତିନୋଟି ସାମଗ୍ରୀକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାର ସେପର୍ଯ୍ୟନ୍ତ ମିଶାନ୍ତୁ ଯେପର୍ଯ୍ୟନ୍ତ ଗୁଡ଼ ପାଣି ସହ ଭଲ ଭାବରେ ମିଶିନଯାଏ । ଏହା ପରେ ଏହି ପାନୀୟକୁ ସକାଳୁ ଖାଲିପେଟରେ ପିଅନ୍ତୁ । ଅଧିକ ଗରମ ଦିନରେ ଏହି ମିଶ୍ରମଣରେ ଆପଣ ପୁଦିନା ପତ୍ର ମିଶାଇ ପାରନ୍ତି । ଏହା ଆପଣଙ୍କ ପେଟକୁ ଥଣ୍ଡା ରଖିବ ।

Leave a Reply

Your email address will not be published. Required fields are marked *