ଉଦ୍ଧାର କୁମ୍ଭୀରକୁ ବାଇକରେ ନେଇଥିଲେ ଗ୍ରାମବାସୀ

ଦିଗପହଣ୍ଡି::- ଜମିରୁ ଉଦ୍ଧାର କୁମ୍ଭୀରକୁ ବାଇକରେ ନେଇଥିଲେ ଗ୍ରାମବାସୀ । ବାଇକରେ ଆଣି ଘୋଡ଼ାହାଡ଼ ଡ଼୍ୟାମରେ ଛାଡିଲେ ଗାଁର ଯୁବକ । ଏବେ ଏହାର ଭିଡିଓ ଭାଇରାଲ ହେଉଛି । କୁମ୍ଭୀରକୁ ଉର୍ଦ୍ଧାର ପରେ କିଭଳି ଭାବରେ ବେଖାତିର ଢ଼ଙ୍ଗରେ ବାଇକ ରେ ବସାଇ ନେଉଛନ୍ତି ତାହା ଭିଡିଓରେ ସଫା ସଫା ଦିଶୁଛି । କିଭଳି ସୁରକ୍ଷାହୀନ ଭାବରେ କୁମ୍ଭୀରଟିକୁ ଅଣାଯାଉଛି ତାହା ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗୀ ଗାଁରେ ଦେଖିବାକୁ ମିଳିଛି ।  ଏହା ଗାଁ ଲୋକଙ୍କ କୁମ୍ଭୀର ପ୍ରତି ଭଲ ମାନବିକତାର ପରିଚୟ ହୋଇଥାଇପାରେ । କିନ୍ତୁ ଏଭଳି ଭାବେ ଭୁଲ ଢ଼ଙ୍ଗରେ ଗାଡ଼ିରେ କୁମ୍ଭୀରକୁ ନେବା ସମ୍ପୂର୍ଣ୍ଣ ଭାବରେ ଭୁଲ । କିନ୍ତୁ ଏଥିରେ ଗାଁ ଲୋକଙ୍କର କୌଣସି ଭୁଲ ନାହିଁ ।କେବଳ ଦିଗପହଣ୍ଡି ବନବିଭାଗର ଅପାରଗତା ଏବଂ ଖାମଖିଆଲିଆ ମନୋଭାବ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଯଦି ଏଠାରେ ବନ ବିଭାଗ ତାର କାର୍ଯ୍ୟକୁ ଠିକ୍‌ ଭାବରେ କରିଥାନ୍ତା ତେବେ ଗାଁ ଲୋକଙ୍କୁ ଏଭଳି ଭାବରେ କୁମ୍ଭୀରକୁ ନେଇ ଯିବାକୁ ପଡ଼ି ନଥାନ୍ତା । ସବୁଠାରୁ ବଡ଼ କଥା ହେଉଛି କୁମ୍ଭୀରକୁ ଉଦ୍ଧାର ପରେ ଠିକ୍‌ ଭାବରେ ନଦୀରେ ଛଡ଼ା ହୋଇଥିବା କହିଥିଲା ଦିଗପହଣ୍ଡି ବନବିଭାଗ ରେଞ୍ଜର ପ୍ରମୋଦ ଖଡ଼ଗରାୟ । କିନ୍ତୁ ଏବେ ଭିଡିଓ ଭାଇରାଲ ହେବା ପରେ ଭନବିଭାଗର ଅସଲ ମୁଖା ସାମ୍ନାକୁ ଆସିଛି । କୁମ୍ୟୀର ଉଦ୍ଧାର ସମୟରେ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟର ବନରକ୍ଷୀ ସୁଜାତା ରଥ, ମୂରଲୀଧର ନାୟକଙ୍କ ସହ ବନବିଭାଗ ପାରା କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚିଥିଲେ କିନ୍ତୁ କୁମ୍ଭୀରର ସୁରକ୍ଷା ପ୍ରତି କାହାରି ଯେମିତି ନିଘା ନଥିଲା ।ମିଛ କହି ଲୋକଙ୍କ ଠାରୁ ପ୍ରସଂଶା ହାତେଇବାକୁ ଚାହୁଁଥିଲେ କି ବନବିଭାଗ ବୋଲି ଏଠାରେ ମନେ ହେଉଛି । ଯଦି ଦେଖିବା ତେବେ ରାଜ୍ୟ ସରକାର ବନବିଭାଗକୁ ସବୁକିଛି ସହାୟତା ଯୋଗାଇଛନ୍ତି କିନ୍ତୁ ଏହାକୁ ସଠିକଭାବରେ ବ୍ୟବହାର କରାଯାଉନାହିଁ । ଯଦି ଏତେ ସବୁ ସୁବିଧା ରହିଛି ତେବେ କହିଁକି କୁମ୍ଭୀରଟିକୁ ସ୍ୱତନ୍ତ୍ର ଗାଡ଼ିରେ ନିଆଗଲା ନାହିଁ ? କାହିଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରାଗଲା ନାହିଁ ?

Leave a Reply

Your email address will not be published. Required fields are marked *