ଏଣିକି ଖୋଲା ବଜାରରେ ମିଳିବ କରୋନାର ଏହି ଦୁଇ ଔଷଧ

ଭୁବନେଶ୍ୱର:-କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଫେବିପିରାଭିର୍‌ ଟାବ୍‌ଲେଟ ଓ ରେମଡେସିଭିର୍‌ ଇଞ୍ଜେକସନ୍‌ ଖୋଲା ବଜାରରେ ମିଳିବ। ପୂର୍ବରୁ ଏହି ଦୁଇ ଔଷଧକୁ ସରକାର କେବଳ କୋଭିଡ୍‌ ହସ୍ପିଟାଲକୁ ଯୋଗାଣ କରୁଥିଲେ । ଏବେ ହସପିଟାଲରେ ଥିବା ଔଷଧ ଦୋକାନରେ ମଧ୍ୟ ଏହି ଦୁଇ ଔଷଧ ଉପଲବ୍ଧ ହେବ । ତେବେ ମନଇଚ୍ଛା କେହି ଚାହିଁଲେ ଏହି ଔଷଧ ନେଇ ପାରିବେନି । ଏଥିପାଇଁ ସ୍ପେସିଆଲିଷ୍ଟ ଡାକ୍ତର ପ୍ରେସକ୍ରାଇବ୍‌ କରିଥିବା ଦରକାର। ଯେହେତୁ ସରକାର ଏବେ ହୋମ୍‌ ଆଇସୋଲେସନ୍‌ ଉପରେ ଗୁରୁତ୍ୱ ଦେଉଛନ୍ତି ।

ତେଣୁ ଏହାକୁ ଖୋଲା ବଜାରରେ ଉପଲବ୍ଧ କରାଇବାକୁ ରାଜ୍ୟ ଡ୍ରଗ୍‌ କଣ୍ଟ୍ରୋଲରନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ହୋମ୍‌ ଆଇସୋଲେସନ୍‌ରେ ଥିବା ସମସ୍ତ ରୋଗୀଙ୍କୁ ଏହା ଦିଆଯିବନି । ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ହସ୍ପିଟାଲର ଔଷଧ ଦୋକାନକୁ ଚିହ୍ନଟ କରାଯାଇଛି । ଯେଉଁଠି ପ୍ରେସକ୍ରିପସନ୍‌ ଓ କୋଭିଡ୍‌ ରିପୋର୍ଟର ନକଲ ରଖି ରୋଗୀଙ୍କୁ ଏହି ଔଷଧ ଦିଆଯିବ ।

Leave a Reply

Your email address will not be published. Required fields are marked *