ବୟଫ୍ରେଣ୍ଡ ସ୍ୟାମଙ୍କ ସହ ବିବାହ କଲେ ପୁନମ୍ ପାଣ୍ଡେ

ମୁମ୍ବାଇ:-ଅଭିନେତ୍ରୀ ପୁନମ୍ ପାଣ୍ଡେ ସ୍ୟାମ୍ ବମ୍ବେଙ୍କୁ ବିବାହ କରିଛନ୍ତି। ନିଜର ସମସ୍ତ ପ୍ରଶଂସକଙ୍କୁ ସରପ୍ରାଇଜ ଦେଇ ନିଜେ ପୁନମ୍ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରି କହିଛନ୍ତି ଯେ ଏବେ ସେ ନିଜ ବାକି ଜୀବନ ସ୍ୟାମଙ୍କ ସହ ବିତାଇବାକୁ ଯାଉଛନ୍ତି।ସୋସିଆଲ ମିଡିଆରେ ପୁନମ୍-ସ୍ୟାମଙ୍କ ସବୁ ଫଟୋ ହଇଚଇ ସୃଷ୍ଟି କରିଛି। ସମସ୍ତେ ଏହି ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। କିଛି ଫଟୋ ମେହେନ୍ଦୀର ହୋଇଥିବାବେଳେ କେତେକ ବିବାହର।ଏହି ଫଟୋଗୁଡ଼ିକ ସେୟାର କରି ପୁନମ ଏକ ସୁନ୍ଦର ପୋଷ୍ଟ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଏବେ ସେ ତାଙ୍କ ସହ ସାତ ଜନ୍ମ ବିତାଇବାକୁ ପ୍ରସ୍ତୁତ ଅଛନ୍ତି। ପୁନମଙ୍କ ଏହି ଅନ୍ଦାଜ ସମସ୍ତଙ୍କ ହୃଦୟ ଜିତୁଛି। ଭାଇରାଲ୍ ଫଟୋରେ ପୁନମ୍ ଟ୍ରାଡିସନାଲ୍ ଲେହେଙ୍ଗାରେ ନଜର ଆସିଛନ୍ତି। ସେ ଏହି ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେହିପରି ସ୍ୟାମ୍ ମଧ୍ୟ ସେହି ଲେହେଙ୍ଗାର ମ୍ୟାଚିଂରେ ଏକ ଶେରଓ୍ବାନି ପିନ୍ଧିଛନ୍ତି।

Leave a Reply

Your email address will not be published. Required fields are marked *