ଆର୍ଯ୍ୟସମାଜ ନେତା ସ୍ୱାମୀ ଅଗ୍ନିବେଶଙ୍କ ପରଲୋକ

ନୂଆଦିଲ୍ଲୀ:-ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶ ଶୁକ୍ରବାର ଇନିଷ୍ଟିଚ୍ୟୁଟ୍ ଅଫ ଲିଭର ଏଣ୍ଡ ବାଇଲରୀ ସାଇନ୍ସେସ୍‌ରେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଲିଭର ସୋରିଆସିସ୍‌ରେ ପୀଡିତ ଥିବା ବେଳେ ତାଙ୍କ ସ୍ୱସ୍ଥ୍ୟାବସ୍ଥା ଗୁରୁତର ଥିଲା। ମଲ୍ଟି ଅର୍ଗାନ ଫେଲ୍ୟୋର ଯୋଗୁ ମଙ୍ଗଳବାର ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରିଥିଲେ। ହେଲେ ଶୁକ୍ରବାର ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଇନିଷ୍ଟେଚ୍ୟୁଟ୍ ପକ୍ଷରୁ ଜାରି ବାର୍ତ୍ତାରେ କୁହାଯାଇଛି।

୮୦ ବର୍ଷ ବୟଷ୍କ ସ୍ୱାମୀ ଅଗ୍ନିବେଶ୍ ତାଙ୍କ ରୋକଠୋକ କଥା ଲାଗି ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି ମନ୍ତବ୍ୟ ରଖିବା ଯୋଗୁ ଚର୍ଚିତ ଅଗ୍ନିବେଶ ୧୯୭୦ ମସିହାରେ ଆର୍ଯ୍ୟ ସଭା ନାମରେ ଏକ ରାଜନୈତିକ ଦଳ ସ୍ଥାପନା କରିଥିଲେ। ୧୯୭୭ ମସିହାରେ ହରିୟାଣା ବିଧାନସଭାକୁ ବିଧାୟକ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟର ଶିକ୍ଷାମନ୍ତ୍ରୀ ମଧ୍ୟ ଥିଲେ।

୧୯୮୧ ମସିହାରେ ସେ ବନ୍ଧୁଆ (ଗୋତିଶ୍ରମିକ) ମୁକ୍ତିମୋର୍ଚ୍ଚା ନାମରେ ଏକ ସଙ୍ଗଠନର ମଧ୍ୟ ସ୍ଥାପନା କରିଥିଲେ। ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ୨୦୧୧ ଦିଲ୍ଲୀ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନରେ ମଧ୍ୟ ଯୋଗଦେଇଥିଲେ। ପରେ ମତ ପାର୍ଥକ୍ୟ ଯୋଗୁ ସେ ନିଜେ ଏହି ଆନ୍ଦୋଳନରୁ ଦୂରେଇ ଯାଇଥିଲେ। ସ୍ୱାମୀ ଅଗ୍ନିବେଶ୍ ରିୟଲିଟି ସୋ ବିଗବସ୍‌ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *