କଙ୍ଗନାଙ୍କ ଡ୍ରଗ୍ସ ସଂପୃକ୍ତିର ତଦନ୍ତ କରିବ ମୁମ୍ବାଇ ପୋଲିସ୍
ମୁମ୍ବାଇ:- ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ପାଇଁ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି। ମୁମ୍ବାଇକୁ ନେଇ ଦେଇଥିବା ମନ୍ତବ୍ୟ ଯୋଗୁଁ କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ, କଙ୍ଗନାଙ୍କ ଡ୍ରଗ୍ସ ସଂପୃକ୍ତିର ଯାଞ୍ଚ କରାଯିବ। ମହାରାଷ୍ଟ୍ର ସରକାରଙ୍କ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏନେଇ ସୂଚନା ଦେଇଛନ୍ତି।
ଦେଶମୁଖ କହିଛନ୍ତି ଯେ, ବିଧାୟକ ସୁନୀଲ ପ୍ରଭୁ ଓ ପ୍ରତାପ ସରନାଇକଙ୍କ ଅନୁରୋଧ ଅନୁଯାୟୀ ମୁଁ ବିଧାନସଭାରେ ଉତ୍ତର ରଖିଛି ଏବଂ କଙ୍ଗନା ରଣାଓ୍ବତ୍ଙ୍କ ସମ୍ପର୍କ ଅଧ୍ୟୟନ ସୁମନଙ୍କ ସହିତ ରହିଥିବା ଜଣାଇଛି । ସୁମନ ଯିଏକି ଏକ ସାକ୍ଷାତକାରରେ କହିଛନ୍ତି କି ସେ ଡ୍ରଗ୍ସ ନିଅନ୍ତି। ମୁମ୍ବାଇ ପୋଲିସ ଏହାର ସବିଶେଷ ତଥ୍ୟ ଅନୁସନ୍ଧାନ କରିବ ବୋଲି ସେ କହିଛନ୍ତି।କହିରଖୁଛୁ ଶିବସେନା ନେତା ସୁନୀଲ ପ୍ରଭୁ ଓ ପ୍ରତାପ, ଅଧ୍ୟୟନ ସୁମନଙ୍କର ଏକ ପୁରୁଣା ସାକ୍ଷାତକାରର ଏକ କପି ମହାରାଷ୍ଟ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି। ଯେଉଁଥିରେ ସୁମନ କଙ୍ଗନାଙ୍କ ଉପରେ ଆରୋପ ଲଗାଇ କହିଥିଲେ ଯେ, କଙ୍ଗନା ନିଜେ ଡ୍ରଗ୍ସ୍ ସେବନ କରନ୍ତି ଏବଂ ଜବରଦସ୍ତି ତାଙ୍କୁ ଡ୍ରଗ୍ସ୍ ସେବନ କରାଇଥିଲେ। ଏହି ଆଧାରରେ ସରକାର ଏହି ମାମଲାର ଯାଞ୍ଚ କରିବାର ନିର୍ଦ୍ଦେଶ ଦେଇଛନ୍ତି।