ସୋସିଆଲ ମିଡିଆରେ ଭାଇରାଲ ହେଲା ନୀଳଗିରି ବିଧାୟକଙ୍କ ଅଡିଓ

ନୀଳଗିରି:– ନୀଳଗିରି ବ୍ଲକର ଜଣେ ସହକାରୀ ଯନ୍ତ୍ରୀଙ୍କୁ ଧମକ ଦେଇ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ବିଧାୟକ ସୁକାନ୍ତ ନାୟକ । ଭିଜିଲାନ୍ସରେ ଫସାଇ ଦେବାକୁ ଧମକ ଦେଇଥିବା ଏହି ଅଡିଓ କ୍ଲିପ ଭାଇରାଲ ହେଉଛି । ତେବେ ସହକାରୀ ଯନ୍ତ୍ରୀ କେଉଁ କଥା ରଖିଲେ ନାହିଁ, ଯେଉଁଥି ପାଇଁ ବିଧାୟକ ଗରମ ହୋଇଛନ୍ତି, ଜଣାପଡି ନାହିଁ ।ଭାଇରାଲ ଅଡିଓକୁ ନେଇ ସହକାରୀ ଯନ୍ତ୍ରୀ କ୍ଷୋଭର ସହ କହିଛନ୍ତି, ଚାକିରୀ କରିଛୁ ବୋଲି କଣ ମାନ ସମ୍ମାନର ସହ ବଂଚି ପାରିବୁ ନାହିଁ । ଏନେଇ ନୀଳଗିରି ବିଡିଓ ଏବଂ ଜିଲ୍ଲା ଇଂଜିନିୟରିଂ ସଂଘକୁ ଜଣାଇଥିବା କହିଛନ୍ତି । ଅନ୍ୟପଟେ ବିଧାୟକ ସୁକାନ୍ତ ନାୟକ କହିଛନ୍ତି, କିଛିକର୍ମଚାରୀ ଅଂଚଳର ବିକାଶରେ ବାଧକ ସାଜୁଛନ୍ତି, ସେମାନଙ୍କୁ ଚେତାଇ ଦିଆଯାଇଛି ।
ସବୁଠାରୁ ବଡ ପ୍ରଶ୍ନ ହେଉଛି, ସହକାରୀ ଯନ୍ତ୍ରୀ ବିଧାୟକଙ୍କ କେଉଁ କଥା ରଖିଲେ ନାହିଁ ? ସେକଥା ପ୍ରକୃତରେ ବିକାଶ ପାଇଁ ଥିଲା ନା ଏହାପଛରେ ଅନ୍ୟ କିଛି କାରଣ ଥିଲା l

Leave a Reply

Your email address will not be published. Required fields are marked *