ଅର୍ଜୁନ କପୁରଙ୍କ ପରେ ଗର୍ଲଫ୍ରେଣ୍ଡ ମଲାଇକା ଆରୋରା କରୋନା ପଜିଟିଭ,
ମୁମ୍ବାଇ,:– ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପରେ ଏବେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ମଲାଇକା ଆରୋରା କରୋନା ପଜିଟିଭ। ମଲାଇକାଙ୍କଠାରେ ମଧ୍ୟ ଅର୍ଜୁନଙ୍କ ଭଳି କରୋନାର କୌଣସି ଲକ୍ଷଣ ନଥିଲା। ତଥାପି ସେ କରୋନା ପଜିଟିଭ ବୋଲି ତାଙ୍କର ଭଉଣୀ ନିଜେ ସୂଚନା ଦେଇଛନ୍ତି।
ଏବେ ମଲାଇକା ଆରୋରା ହୋମ କ୍ବାରେଣ୍ଟାଇନରେ ଅଛନ୍ତି। ସେଭଳି ଅର୍ଜୁନ ବି କୋଭିଡ୍-୧୯ ଟେଷ୍ଟରେ ପଜିଟିଭ ଆସିବା ପରେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି। ଉଳ୍ଲେଖନୀୟ ଯେ, ରବିବାର ଅର୍ଜୁନ ପୋଷ୍ଟ କରି ନିଜର ସ୍ବାସ୍ଥ୍ୟାବସ୍ଥାର ସୂଚନା ଦେଇଥିଲେ। ସେ ଇନଷ୍ଟାଗ୍ରାମରେ ସେୟାର କରି ଜଣାଇଥିଲେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି।