ଜିଆରପି ପୁଲିସ ଡିଏସପିଙ୍କ ଗାଡିରେ ଗଞ୍ଜେଇ ଚୋରାଚାଲାଣ ମାମଲା: ଦୁଇ କନେଷ୍ଟବଳ ଚାକିରିରୁ ବହିଷ୍କାର

ରାଉରକେଲା:- ପୋଲିସ ଗାଡିରେ ଗଞ୍ଜେଇ ଚୋରା ଚାଲାଣ କରିବା ଲଅଭିଯୋଗରେ ଚାକିରିରୁ ବହିଷ୍କୃତ ହେଲେ ଦୁଇ କନେଷ୍ଟବଲ । ଦୁଇ କନେଷ୍ଟବଲ ହେଲେ ଲାଏନ୍ସ ନାଏକ ଅସ୍ରିତ ପ୍ରଧାନ ଓ କନେଷ୍ଟବଲ ପୂର୍ଣ୍ଣଚନ୍ଦ୍ର ପାତ୍ର । ରାଉରକେଲା ଜିଆରପିରେ ଏମାନେ ଦୁଇଜଣ କାର୍ଯ୍ୟରତ ଥିଲେ । ଆଜି ଏମାନଙ୍କୁ ଜିଆରଜି ଏସପି ଚାକିରିରୁ ବହିଷ୍କୃତ କରିଛନ୍ତି । ଏମାନେ ସମ୍ବଲପୁରରୁ ଝାରସୁଗୁଡା  ପୋଲିସ ଗାଡିରେ ୨୧ କେଜି ଗଞ୍ଜେଇ ନେଇ ଆସୁଥିଲେ ।

Leave a Reply

Your email address will not be published. Required fields are marked *