ପୁଲିସ୍ ସୂଚନା ଦାତା ସନ୍ଦେହରେ ୪ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି:- – ସୀମାନ୍ତରେ ପୁଣି ମାଓବାଦୀଙ୍କ ତାଣ୍ଡବ । ଖେଳିଲେ ରକ୍ତର ହୋଲି । ପୁଲିସ୍ ସୂଚନା ଦାତା ସନ୍ଦେହରେ ୪ଜଣ ଗ୍ରାମବାସୀଙ୍କୁ ଅପରହଣ କରି ହତ୍ୟା କରିଛନ୍ତି ।
ସୂଚନା ମୁତାବକ , ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ଗାଙ୍ଗୁଲର ଥାନା ସ୍ଥିତ ମେଟାପାଲ ଓ ପୁସନାର ଗ୍ରାମରୁ ଗତ ଦୁଇ ଦିନ ତଳେ ମାଓବାଦୀ ମାନେ ୪ଜଣ ଗ୍ରାମବାସୀଙ୍କୁ ଅପହରଣ କରିନେଇଥିଲେ । ସେମାନଙ୍କୁ ପ୍ରଜାକୋର୍ଟରେ ହାଜର କରାଇ ପୁଲିସ୍ ସୂଚନା ଦାତା ସମୟରେ ହତ୍ୟା କରି ସେମାନଙ୍କ ଗ୍ରାମ ନିକଟ ଜଙ୍ଗଲରେ ଫିଙ୍ଗି ଦେଇ ପଳାଇ ଥିବାର ଜଣାପଡ଼ିଛି ।
ଆଜି ସକାଳେ ପୁସନାର ଓ ମେଟାପାଲ ଗ୍ରାମର କିଛି ଲୋକ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ ବିଭିନ୍ନ ସ୍ଥାନରେ ୪ଜଣଙ୍କର ମୃତ ଶରୀର ପଡ଼ିଥିବାର ଦେଖିବାକୁ ପାଇଥିଲେ ।
ଏ ସଂପର୍କରେ ପରିବାର ଲୋକେ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରରୁ ଚିହ୍ନଟ କରିଥିଲେ । ଏ ସଂପର୍କରେ ଗାଙ୍ଗୁଲଥାନାରେ ମୃତ ପରିବାର ଲୋକେ ଜଣାଇବା ପରେ ଗାଙ୍ଗୁଲୁର ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।










