ଗଞ୍ଜାମରୁ ଶ୍ରମିକ ନେଇ ସୁରତ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ: ୮ ମୃତ, ୨୦ ଆହତ

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହା ସହିତ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଆହତମାନଙ୍କୁ ମାଗଣାରେ ଚିକିତ୍ସାସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଯଥାଶୀଘ୍ର ରାୟପୁର ଯାଇ ଆହତମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ ଛତିଶଗଡ଼ ଡିଜିପିଙ୍କ ସହିତ ଯୋଗାଯୋଗରେ ରହିବାକୁ ରାଜ୍ୟ ଡିଜିପିଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଡିଜିପି ଅଭୟ କହିଛନ୍ତି ଯେ ସେମାନେ ଛତିଶଗଡ଼ର ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ପଦ୍ମପୁର SDPOଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ରାୟପୁର ଯାଇଛି।ଡିଜିପି ଆହୁରି କହିଛନ୍ତି, ୭ ଗୁରୁତରଙ୍କୁ ରାୟପୁର ମେଡିକାଲ କଲେଜ୍ ନିଆଯାଇଛି। ବସ୍‌ରେ ଥିବା ବାକି ୫୯ ଯାତ୍ରୀ ସୁରକ୍ଷିତ ଅଛନ୍ତି।

Leave a Reply

Your email address will not be published. Required fields are marked *