ଚନ୍ଦକା ଜଙ୍ଗଲରୁ ହେଉଛି ଅବାଧ ହରିଣ ଶିକାର, ଫ୍ରିଜରେ ମାଂସ ରଖି କରାଯାଉଛି ବେପାର, ଚଢାଉ କରି ମାଂସ, ଛାଲ ଜବତ କଲା ବନ ବିଭାଗ ଓ ପୁଲିସର, ୯ ଗ୍ରାହକଙ୍କ ସହ ୨ ଶିକାରୀ ଗିରଫ
ଭୁବନେଶ୍ୱର:-ରାଜଧାନୀ ଉପକଣ୍ଠ ଚନ୍ଦକା ଜଙ୍ଗଲରେ ଅବାଧରେ ହେଉଛି ହରିଣ ଶିକାର। ଏହା ପରେ ହରିଣ ଛାଲକୁ ଅଲଗା କରିବା ସହ ମାଂସକୁ ଫ୍ରିଜରେ ସାଇତି ରଖୁଛନ୍ତି। ପରେ ଗ୍ରାହକ ଖୋଲି ମାଂସ ବିକ୍ରି କରୁଛନ୍ତି। ହରିଣ ଛାଲକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରୁଛନ୍ତି। ଏଭଳି ଏକ ରାକେଟର ଖୁଲାସା କରିଛି ବନ ବିଭାଗ ଏବଂ ଚନ୍ଦକା ପୋଲିସ। ହରିଣ ଶିକାର କରି ବନ୍ଧା ହେଲେ ଦୁଇ ଶିକାରୀ । ସେହିପରି ହରିଣ ମାଂସ କିଣିବାକୁ ଯାଇ ପୁଲିସ ହାତରେ ଧରାପଡିଛନ୍ତି ୯ ଜଣ ଗ୍ରାହକ । ସମୁଦାୟ 11 ଜଣ ପୋଲିସ ହାତରେ ଗିରଫ ହୋଇଛନ୍ତି। ରାଜଧାନୀ ଉପକଣ୍ଠ ଚନ୍ଦକା ଜଙ୍ଗଲରୁ ୨ ଶିକାରୀ ଓ ୯ ଗ୍ରାହକଙ୍କୁ ଗିରଫ କରିଛି ବନ ବିଭାଗ ଓ ଚନ୍ଦକା ପୁଲିସର ମିଳିତ ଟିମ । ଏଥିସହ ହରିଣ ମାଂସ, ହରିଣ ଛାଲ ସହ ହରିଣ ଶିକାରରେ ବ୍ୟବହୃତ ହୋଇଥିବା ଦେଶୀ ବନ୍ଧୁକ ଜବତ କରିଛି ବନ ବିଭାଗ ।ଗତକାଲି ହରିଣ ଶିକାର କରି କିଛି ଲୋକ ଚନ୍ଦକା ଜଙ୍ଗଲରେ ମାଂସ ଭାଗ କରୁଥିବା ଖବର ପାଇ ଚଢାଉ କରିଥିଲା ବନବିଭାଗ ଓ ଚନ୍ଦକା ପୁଲିସର ମିଳିତ ଟିମ୍ । ସେଠାରୁ ୨ ଶିକାରୀ ସମେତ ୧୧ ଗ୍ରାହକ ଗିରଫ ହୋଇଛନ୍ତି ।