LACରେ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ସେନା ପ୍ରସ୍ତୁତ: ସେନାମୁଖ୍ୟ
ଜମ୍ମୁ କଶ୍ମୀର: ଚୀନ୍ ସହ ସୀମା ବିବାଦ ଭିତରେ ଦୁଇ ଦିନି ଲେହ ଗସ୍ତରେ ଯାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ଭାଣେ । ସୀମାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ସେନା ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ।
ସେନାମୁଖ୍ୟ କହିଛନ୍ତି, ସୀମାରେ ପ୍ରସ୍ତୁତ ରହିଛି ଭାରତୀୟ ସେନା । ଯବାନଙ୍କ ମନୋବଳ ଦୃଢ଼ ରହିଛି । ସୀମାରେ ସ୍ଥିତି ସାମାନ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି । ଯବାନଙ୍କ ସୁରକ୍ଷା ଓ ଏକତା ବଜାୟ ରଖିବାକୁ ପ୍ରାଥମିକତା ଦିଆଯିବ । ଆମର ଯବାନଙ୍କୁ ନେଇ ଦେଶ ଗର୍ବିତ ବୋଲି କହିଛନ୍ତି ସେନାମୁଖ୍ୟ । ସୀମାରେ ପ୍ରସ୍ତୁତ ରହିଛି ଭାରତୀୟ ସେନା । ଯବାନଙ୍କ ମନୋବଳ ଦୃଢ଼ ରହିଛି । ସୀମାରେ ସ୍ଥିତି ସାମାନ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି । ଯବାନଙ୍କ ସୁରକ୍ଷା ଓ ଏକତା ବଜାୟ ରଖିବାକୁ ପ୍ରାଥମିକତା ଦିଆଯିବ । ଆମର ଯବାନଙ୍କୁ ନେଇ ଦେଶ ଗର୍ବିତ ବୋଲି କହିଛନ୍ତି ସେନାମୁଖ୍ୟ ।