ଆଜି ରାଜ୍ୟରେ 9 ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା 531କୁ ବୃଦ୍ଧି
ଭୁବନେଶ୍ବର :- ଆଜି ରାଜ୍ୟରୁ 9ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ମୃତକଙ୍କ ମଧ୍ୟରେ ବଲାଙ୍ଗିର, କଟକ, ଗଞ୍ଜାମ, ଖୋର୍ଦ୍ଧାରୁ 2 ଜଣ ଲେଖାଏଁ ରହିଥିବାବେଳେ ରାୟଗଡରୁ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ବଲାଙ୍ଗିର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 18 ବର୍ଷୀୟ ଯୁବକ ଥିବାବେଳେ ଅନ୍ୟ ଜଣେ 75 ବର୍ଷୀୟ ମହିଳା । ସେହିପରି ଖୋର୍ଦ୍ଧା ଜିଲ୍ଲାର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 67 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ ଭୁବନେଶ୍ବରର 90 ବର୍ଷୀୟ ବୃଦ୍ଧ ବୋଲି ସୂଚନା ରହିଛି । ସେହିପରି କଟକର ଦୁଇ ମୃତ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 50 ବର୍ଷୀୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 67 ବର୍ଷୀୟ ମହିଳା । ଗଞ୍ଜାମର ଦୁଇ ଆକ୍ରାନ୍ତଙ୍କ ଦୁଇଜଣ ପୁରୁଷ ହୋଇଥିବାବେଳେ ସେମାନଙ୍କ ବୟସ ଯଥାକ୍ରମେ 50 ଓ 70 ବର୍ଷ । ସେହିପରି ରାୟଗଡାରୁ ଜଣେ 52 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।
ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 531କୁ ବୃଦ୍ଧି ହୋଇଛି ।