ଆଦିତ୍ୟଙ୍କ ପରିବାରକୁ ଚିନ୍ମୟୀ ଦେଲେ ପ୍ରମାଣ,ଏକାଧିକ ଫୋଟୋ ପଦାକୁ ଆଣିଲେ,କହିଲେ ପ୍ରେମ ନ ଥିଲା ଏକ ତରଫା
ଭୁବନେଶ୍ୱର::- ଆଦିତ୍ୟଙ୍କୁ କେହି ରହସ୍ୟମୟୀ ଯୁବତୀ ବ୍ଲାକମେଲିଂ ନେଇ ଅଭିଯୋଗ ହେବା ପରେ ସାମନାକୁ ଆସିଛନ୍ତି ଚିନ୍ମୟୀ । ପ୍ରତିଟି ଅଭିଯୋଗର ଜବାବ ରଖିବା ସହ ସେ ସାଇକୋ ନୁହଁନ୍ତି ବୋଲି କହିଛନ୍ତି । ଆଦିତ୍ୟଙ୍କୁ ସେ ଭଲ ପାଉଥିଲେ ଓ ଆଦିତ୍ୟ ତାଙ୍କ ଭଲ ପାଉଥିଲେ ବୋଲି କହିଛନ୍ତି । କେବଳ କଥାରେ କହିନାହାଁନ୍ତି ଉଭୟ ଉଭୟଙ୍କୁ ମନ ଭରି ଭଲ ପାଉଥିଲେ ବୋଲି ପ୍ରମାଣ କରିଛନ୍ତି ଚିନ୍ମୟୀ ।ଗୋଟିଏ ଫଟୋରେ ଚିନ୍ମୟୀଙ୍କ କାନ୍ଧରେ ଆଦିତ୍ୟ ହାତ ରଖିଥିବା ବେଳେ ଅନ୍ୟଟିରେ ଆଦିତ୍ୟଙ୍କ କାନ୍ଧରେ ମୁଣ୍ଡ ରଖିଛନ୍ତି ଚିନ୍ମୟୀ ।ଆଉ ଅନ୍ୟ ଏକ ଫଟୋରେ ଉଭୟ ପରସ୍ପରକୁ ଲାଗି ଲାଗି ଘର ବାହାରେ ଛିଡ଼ା ହୋଇଛନ୍ତି । ଯାହାକି ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବୟାନ କରୁଛି ।ଅନ୍ୟ ଫଟୋରେ ଆଦିତ୍ୟଙ୍କ ବୃଦ୍ଧାଶ୍ରମରେ ଉଭୟଙ୍କୁ ଦେଖିବାକୁ ମିଳୁଛି । ଭୁବନେଶ୍ୱର ଆସିଥିବା ବେଳେ ଚିନ୍ମୟୀ, ଆଦିତ୍ୟଙ୍କ ସହ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହ କଥାବାର୍ତ୍ତା ହେଉଛନ୍ତି ।କେବଳ ଗୋଟିଏ ଫଟୋ ନୁହେଁ ଆଦିତ୍ୟ-ଚିନ୍ମୟୀ ଆଶ୍ରମରେ ଏକାଧିକ ଅନ୍ତେବାସୀଙ୍କ ସହ ବାର୍ତ୍ତାଳାପ କରୁଛନ୍ତି । ଯାହାକି ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା ପ୍ରମାଣ କରୁଛି ।