ଆଦିତ୍ୟ ଦାସ ମୃତ୍ୟୁ ମାମଲା, ତଦନ୍ତକୁ ବାଟବଣା କରିବାକୁ ସାଇକୋ ଲେଡ଼ି ନାଟକ,କାହାଣୀ ପଛରେ କିଏ ଖଳନାୟକ,ମୁହଁ ଖୋଲିଲେ ରହସ୍ୟମୟୀ ଯୁବତୀ,କହିଲେ- ‘ମୁଁ ନୁହେଁ ସାଇକୋ ଲେଡି,

ଭୁବନେଶ୍ୱର:- ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହୋଇ ଯାଉଛି। କ୍ରାଇମବ୍ରାଞ୍ଚ ମାମଲା ନେବାର ଦେଢ଼ମାସ ବିତି ଯାଇଥିଲେ ମଧ୍ୟ ହତ୍ଯାକାରୀ ସମ୍ପର୍କରେ କିଛି ବି ସୁରାକ ମିଳିନାହିଁ। ହେଲେ ଦିନ ଗଡ଼ିବା ପରେ ନୂଆ ନୂଆ ଚରିତ୍ରଙ୍କ ନାମ ପଦାକୁ ଆସୁଛି। କେତେବେଳେ ଆଶ୍ରମ ଟଙ୍କାକୁ ନେଇ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଆଉ କେତେବେଳେ ପାରିବାରିକ ଝଗଡା କୁହାଯାଉଛି। କିନ୍ତୁ ଏବେ ଆଉ ଜଣେ ନୂଆ ନାମ ପଦାକୁ ଆସିଛି। ସେ ହେଇଛନ୍ତି ବାଲେଶ୍ବରର ଚିନ୍ମୟୀ ମହାପାତ୍ର । ତାଙ୍କୁ ଆଦିତ୍ୟଙ୍କୁ ସ୍ତ୍ରୀ ଏବଂ ବାପା,ମା ସାଇକୋ ଲେଡ଼ି ବୋଲି କହିଛନ୍ତି। ତେଣୁ ଏହି ମାମଲା ପଛରେ ତାଙ୍କର ହାତଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେଣୁ କହିବାକୁ ଗଲେ କ୍ରାଇମବ୍ରାଞ୍ଚର ତଦନ୍ତକୁୁ ବାଟବଣା କରିବା ପାଇଁ କେହି 

ଜଣେ ସାଇକୋ ଲେଡ଼ି ନାଟକ ପଦାକୁ ଆଣିଛନ୍ତି। ଏପରିକୁ ଉକ୍ତ ବ୍ୟକ୍ତି ଜଣଙ୍କ ପରଦା ପଛରେ ରହି ଗୋଟି ଚଳାଉଛନ୍ତି। ଯାହାଙ୍କ ଇସାରାରେ ଆଦିତ୍ୟଙ୍କ ପରିବାର ପରିଚାଳିତ ହେଉଛନ୍ତି। ଏହି ବ୍ୟକ୍ତି ଜଣକ କିଏ? ଯାହାକୁ ରାଜ୍ୟବାସୀ ଜାଣିବା ଆବଶ୍ୟକ ରହିଛି।  ତାଙ୍କର ସାଇକୋ ଲେଡ଼ି ନାଟକ ଫ୍ଲପ ହୋଇଗଲା। ତେଣୁ ସେ ପୁଣି ଆଉ ଏକ ନାଟକ ପଦାକୁ ଆଣି ପାରନ୍ତି।

ଦୁଇ ଦିନ ହେବା ରହସ୍ୟମୟୀ ଯୁବତୀଙ୍କ ବିଷୟରେ ଚର୍ଚ୍ଚା ହେବା ପରେ ଶେଷରେ ମୁହଁ ଖୋଲିଛନ୍ତି ଆଦିତ୍ୟଙ୍କ ପ୍ରେମିକା ଚିନ୍ମୟୀ ମହାପାତ୍ର । ଚିନ୍ମୟୀ ସମସ୍ତ ଅଭିଯୋଗକୁ ମିଛ କହିବା ସହ ଉଭୟଙ୍କ ମଧ୍ୟରେ ଫେସବୁକରୁ ଆରମ୍ଭ ହୋଇଥିବା ସମ୍ପର୍କ ୪ ମାସ ଯାଏଁ ତିଷ୍ଠି ଥିଲା ବୋଲି କହିଛନ୍ତି । । ଆମ ଭିତରେ ଭଲ ସମ୍ପର୍କ ଥିଲା, ପବିତ୍ର ସମ୍ପର୍କ ଥିଲା । ମୁଁ ଆଦିତ୍ୟଙ୍କୁ ଭଲ ପାଉଥିଲି । ଆମର ଥରେ ଦୁଇ ଥର ଦେଖା ହୋଇଛି । ମୁଁ ଭୁବନେଶ୍ୱର ଆସିଲେ ତାଙ୍କୁ ଦେଖାକରେ । ଆଶ୍ରମ ଯାଇ ତାଙ୍କୁ ଭେଟେ ବୋଲି ଯୁବତୀ କହିଛନ୍ତି l

ବିଦ୍ୟାଶ୍ରୀଙ୍କ ସହ ପ୍ରେମ ପୂର୍ବରୁ ବାଲେଶ୍ୱର ଏ ଯୁବତୀଙ୍କ ସହ ପ୍ରେମରେ ଥିଲେ ଆଦିତ୍ୟ । ୪, ୫ ମାସ ପାଇଁ ସେମାନଙ୍କ ସମ୍ପର୍କ ଥିଲା ମାତ୍ର ଏହା ପବିତ୍ର ଥିଲା । ଆମ ଦୁହିଁଙ୍କ ଭିତରେ କିଛି ଖରାପ ସମ୍ପର୍କ ନଥିଲା । ଫେସବୁକରେ ପ୍ରେମ ଆରମ୍ଭ ହୋଇଥିଲା । ମୁଁ ତାଙ୍କୁ ବିବାହ କରିଥାନ୍ତି । କିଛି ସମସ୍ୟା ପାଇଁ ଆମେ ଅଲଗା ହୋଇଯାଇଥିଲୁ । ନିକଟରେ ବାପାଙ୍କ ମୃତ୍ୟୁ ପରେ ବିବାହ ପାଇଁ ଘରଲୋକ ପ୍ରସ୍ତୁତ ନଥିଲେ । ଆଉ ସାଇକୋ ଶବ୍ଦ ନେଇ ଆପତ୍ତି ଉଠାଇ ଚିନ୍ମମୟୀ କହିଛନ୍ତି କି, ମତେ କାହିଁକି ସାଇକୋ ଲେଡି କହୁଛନ୍ତି ମୁଁ ଜାଣିନି । ମୋର ସେମିତି କିଛି ସମସ୍ୟା ନାହିଁ ଯେଉଁଥି ପାଇଁ ମତେ ସାଇକୋ ଲେଡି କୁହାଯିବ । ମାର୍ଚ୍ଚ ୫ରେ ଆଦିତ୍ୟଙ୍କ ଜନ୍ମ ଦିନରେ ମୁଁ ତାଙ୍କୁ ଫୋନ କରିଥିଲି ବୋଲି ଯୁବତୀ କହିଛନ୍ତି ।
ତେବେ ଯାହା ସତ ତାହା ସାମ୍ନାକୁ ଆସିବା ଦରକାର । ଅତୀତକୁ ନେଇ ଅଧିକ ଘଣ୍ଟାଚକଟା କରାନଯାଉ । କାହାର ସମ୍ପୃକ୍ତି ଅଛି କ୍ରାଇମବ୍ରାଞ୍ଚ କହିପାରିବେ । ଅଯଥା ଅନ୍ଧାରରେ ବାଡି ବୁଲା ନଯାଉ । ତେବେ ମତେ ଯେତେବେଳେ ତଦନ୍ତ ପାଇଁ ଡକାହେବ ମୁଁ ଯିବାକୁ ପ୍ରସ୍ତୁତ ।

ଆଉ ଚିନ୍ମୟଙ୍କ କଥାରେ ହଁ ଭରିଛନ୍ତି ‘ପିପୁଲ ଫର ସେବା’ ସଂଗଠନର ସଦସ୍ୟ ପପୁ ।ପ୍ରତିକ୍ରିୟା ରଖି ପପୁ, ଆଦିତ୍ୟ-ଚିନ୍ମୟୀ ପରସ୍ପରକୁ ଭଲ ପାଉଥିଲେ ବୋଲି କହିଛନ୍ତି । ତେବେ, ଉଭୟଙ୍କ ମଧ୍ୟରେ କାହିଁକି ଫାଟ ସୃଷ୍ଟି ହେଲା, ବ୍ରେକଅପ୍ କେମିତି ହେଲା ମୋତେ ଜଣାନାହିଁ । କିନ୍ତୁ ଭଲପାଇବା ଏକତରଫା ନଥିଲା ବୋଲି ପପୁ କହିଛନ୍ତି । ଆଦିତ୍ୟଙ୍କ ପରିବାର କରୁଥିବା ସାଇକୋ ଲେଡି ଅଭିଯୋଗ ଉପରେ ପପୁ ପ୍ରତିକ୍ରିୟା ରଖିଛନ୍ତି । ଚିନ୍ମୟୀ ସାଇକୋ ହୋଇଥିଲେ ଆଦିତ୍ୟ ତାଙ୍କୁ ଭଲ ପାଇନଥାନ୍ତେ ବୋଲି ପପୁ କହିଛନ୍ତି ।ଆଦିତ୍ୟଙ୍କ ପରିବାର ପକ୍ଷରୁ ହୋଇଥିବା ବ୍ଲାକ ମେଲିଂ ଅଭିଯୋଗ ଉପରେ ପପୁ ମତ ରଖିଛନ୍ତି । ଆଦିତ୍ୟ କେବେ ବ୍ଲାକ୍ ମେଲିଂ କଥା କହିନାହାଁନ୍ତି ବୋଲି ପପୁ କହିଛନ୍ତି । ଆଦିତ୍ୟ-ଚିନ୍ମୟୀଙ୍କ ମଧ୍ୟରେ କାହିଁକି ବ୍ରେକ୍ ଅପ୍ ହେଲା ସେକଥା ପପୁ ଜାଣିନାହାଁନ୍ତି । ତେବେ ଆଦିତ୍ୟଙ୍କ ବାହାଘର ତରବରିଆ ଭାବରେ ହୋଇଥିବା ପପୁ କହିଛନ୍ତି । ଯାହାକି ବିବାହ ଓ ବିଦ୍ୟାଶ୍ରୀଙ୍କୁ ସନ୍ଦେହଘେରକୁ ଆଣିଛି ।

Leave a Reply

Your email address will not be published. Required fields are marked *