ସବୁ ୟୁନିଭର୍ସିଟି ପାଇଁ ହେବ ଗୋଟିଏ ଆକ୍ଟ, ବିଶ୍ୱ ବିଦ୍ୟାଳୟରୁ ହଟିଲା ସିନେଟ୍ ବ୍ୟବସ୍ଥା

ଭୁବନେଶ୍ଵର;- ବିଶ୍ୱ ବିଦ୍ୟାଳୟ ସ୍ତରରେ ହେବ ବଡ ସଂସ୍କାର । ୟୁନିଭର୍ସିଟିରେ ବ୍ୟାପକ ପରିବର୍ତ୍ତନ ନେଇ ସରକାରଙ୍କ ନିଷ୍ପତ୍ତି । ପ୍ରେସମିଟ କରି ସଂସ୍କାର ବାବଦରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ । ଏଣିକି ଗୋଟିଏ ଆକ୍ଟରେ ରହିବ ସବୁ ବିଶ୍ୱ ବିଦ୍ୟାଳୟ । ଶିକ୍ଷା ଓ ପରିଚାଳନା ସବୁ ଗୋଟିଏ ଆକ୍ଟରେ ହେବ । ଓଡ଼ିଶା ବିଶ୍ୱବିଦ୍ୟାଳୟ ଆକ୍ଟ ୧୯୮୯ରେ ପରିବର୍ତ୍ତନ । ରେଭେନ୍ସା ୟୁନିଭର୍ସିଟି ଆକ୍ଟ ୨୦୦୫ ରଦ୍ଦ ହେଲା । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟର ପରିଚାଳନା ପାଇଁ ଗୋଟିଏ ଆଇନ ।ବିଶ୍ୱବିଦ୍ୟାଳୟରୁ ହଟିଲା ସିନେଟ୍ ବ୍ୟବସ୍ଥା । ସିଣ୍ଡିକେଟ ବ୍ୟବସ୍ଥାକୁ କରାଯିବ ଅଧିକ ସକ୍ରିୟ । ବଢିଲା ଭିସିଙ୍କ କାର୍ଯ୍ୟାଳୟ । ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷକୁ ବୃଦ୍ଧି । ୩ ବର୍ଷରୁ ୪ ବର୍ଷକୁ ବଢାଇଲେ ରାଜ୍ୟ ସରକାର । ଗୋଟିଏ ବିଶ୍ୱବିଦ୍ୟାଳୟରେ ପୁନଃନିଯୁକ୍ତି ପାଇପାରିବେନି ଭିସି । ଭାଇସ ଚାନସଲରଙ୍କ ଚୟନ କମିଟିରେ ରହିବେ ସରକାରଙ୍କ ଜଣେ ପ୍ରତିନିଧି । କୁଳପତିଙ୍କ ସର୍ବୋଚ୍ଚ ବୟସସୀମା ୬୫ରୁ ୬୭ ବର୍ଷକୁ ବୃଦ୍ଧି ।ବର୍ତ୍ତମାନ ସବୁ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଚୟନ ଦାୟିତ୍ୱ ୟୁନିଭର୍ସିଟି ଅଧିନରେ ଥିଲା । ମାତ୍ର ପରିବର୍ତ୍ତିନ ସଂସ୍କାରରେ ପବ୍ଲିକ ସର୍ଭିସ କମିଶନର ନେବେ ଶିକ୍ଷକ ଚୟନ ଦାୟିତ୍ୱ ।

Leave a Reply

Your email address will not be published. Required fields are marked *