ନାବାଳିକାଙ୍କ ପେଟରୁ ବାହାରିଲା ୭ କେ.ଜି କେଶ !

ଝାରଖଣ୍ଡ :- ଝାରଖଣ୍ଡର ବୋକାର ଜିଲ୍ଲାରେ ଏକ  ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ନାବାଳିକାଙ୍କ ପେଟରୁ ଅପରେସନ କରି ୭ କିଲୋ କେଶ ବାହାର କରିଛନ୍ତି ଡାକ୍ତର । ସର୍ଜନ ଜିଏନ ସାହୁଙ୍କ କହିବାନୁସାରେ ସଫଳତାପୂର୍ବକ କେଶ ବାହାର କରିଦିଆଯାଇଛି । ଏହା ଏକ ବହୁତ ଜଟିଳ ଅପରେସନ ଥିଲା କାରଣ କେଶ ପେଟ ଭିତରେ ଅନେକ ସ୍ଥାନରେ ଭରି ରହିଥିଲା ।

ଡାକ୍ତର ସାହୁଙ୍କ କହିବାନୁସାରେ ଏହା ପଛର କାହାଣୀ ମଧ୍ୟ ଅଜବ ଥିଲା । ସେ କହିଛନ୍ତି କି ୧୭ ବର୍ଷୀଯା ସ୍ୱିଟି କୁମାରୀଙ୍କ ପିଲାଦିନୁ କେଶ ଖାଇବା ଅଭ୍ୟାସରେ ପଡିଯାଇଥିଲା । ନିଜ କେଶ ଝଡିବା ପରେ ସେ ତାକୁ ଖାଇଦେଉଥିଲେ । ଧିରେ ଧିରେ ବଡ ହେବା ପରେ ସେ ଏହି ଅଭ୍ୟାସ ଛାଡି ଦେଇଥିଲେ କିନ୍ତୁ ପେଟକୁ ଯାଇଥିବା କେଶ ଏକାଠି ଗୁଡେଇ ହୋଇଯାଇଥିଲା । ଧିରେ ଧିରେ ଏହା ଏକ ବଲ ଆକାରରେ ପରିଣତ ହୋଇଯାଇଥିଲା ଏବଂ ନିଜ କବଜା ଜମାଇଥିଲା ।

ଏହି ଅପରେସନ ବୋକାରୋର ଏକ ପ୍ରାଇଭେଟ୍ ହସ୍ପିଟାଲରେ ହୋଇଥିଲା । ସର୍ଜନ ଡକ୍ଟର ଜିଏନ ସାହୁଙ୍କ କହିବାନୁସାରେ ଏହି କେଶକୁ ବାହାର କରିବା ପାଇଁ ୬ଘଣ୍ଟା ଲାଗିଥିଲା । ସେ ଏହା ମଧ୍ୟ କହିଛନ୍ତି କି ନିଜ ୪୦ ବର୍ଷ କ୍ୟାରିୟରରେ ସେ ଏମିତି କେସ୍ ପ୍ରଥମ ଥର ପାଇଁ ଦେଖିଲେ । ଅଲଟ୍ରାସାଉଣ୍ଡ ପରେ ପ୍ରଥମେ ତାଙ୍କୁ ଟ୍ୟୁମର ସନ୍ଦେହ ହୋଇଥିଲା । କିନ୍ତୁ ଅପରେସନ ସମୟରେ କେଶ ବୋଲି ଜଣାପଡିଥିଲା ଏବଂ ସଫଳ ଭାବେ ଅପରେସନ ହୋଇଥିଲା ।

Leave a Reply

Your email address will not be published. Required fields are marked *