ଆନନ୍ଦପୁର:– କାର୍ ଭିତରୁ ଜବତ ହେଲା ୧୯ କେଜି ୬ ଶହ ଗ୍ରାମର ହାତୀଦାନ୍ତ । ଏହି ହାତୀଦାନ୍ତକୁ ଗୋଟିଏ କାରରୁ ଜବତ କରିଛି ଆନନ୍ଦପୁର ବନ ବିଭାଗ । ହରିଚନ୍ଦନପୁର ପିଟାପିଟି ଅଂଚଳରୁ କାର ଭିତରେ ଯାଂଚ ବେଳେ ଏହି ହାତୀ ଦାନ୍ତ ଜବତ ହୋଇଥିଲା । ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ହାତୀଦାନ୍ତ କେଉଁଠୁ ଆସିଲା, କେଉଁଠିକୁ ଯାଉଥିଲା, ଏନେଇ ଯାଂଚ କରୁଛି ବନବିଭାଗ।