ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

କୋଣାର୍କ :-ବିଶ୍ବପ୍ରସିଦ୍ଧ ସୁର୍ଯ୍ୟ ମନ୍ଦିର କୁ ଆଜି ପର୍ଯ୍ୟଟକଙ୍କ ଲାଗି ଖୋଲିଛି । ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ବେଳେ ଅନ୍ ଲାଇନ୍ ମାଧ୍ୟମରେ ଟିକେଟ ବିକ୍ରି କରାଯିବ ର ବ୍ୟବସ୍ଥା କରାଯାଇଛି । ମାତ୍ର ସୁର୍ଯ୍ୟ ମନ୍ଦିର ଖୋଲିବା ପରେ ନିଶ୍ଚିତ ଭାବରେ ଖୁସିର ମାହୋଲ ଦେଖାଯାଇଥିବା ବେଳେ ମନ୍ଦିର ଭିତରକୁ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କ ଉପରେ କଟକଣା ଲାଗିଥିବା ସୂଚନା ମିଳିଛି ।

ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ କରୋନା ମହାମାରୀ କୁ ଗୁରୁତ୍ବ ଦିଆଯାଇ ସାମାଜିକ ଦୂରତା,ମାକ୍ସ ପିନ୍ଧିବା ଉପରେ ମଧ୍ୟ କଟକଣା ଲାଗିଛି ।କରୋନା ମହାମାରୀ କୁ ନେଇ ମାର୍ଚ୍ଚ ୧୬ ତାରିଖ ଠାରୁ ଏହି ମନ୍ଦିର କୁ ବନ୍ଦ କରାଯାଇଥିଲା । ପ୍ରତ୍ୟେକ ଦିନ ଦେଶ ବିଦେଶ ର ପର୍ଯ୍ୟଟକ ମାନେ ଆସି ମନ୍ଦିର ର କାରୁକାର୍ଯ୍ୟ କୁ ଉପଭୋଗ କରୁଥିଲେ ।

କିନ୍ତୁ କରୋନା ମହାମାରୀ ଏହି ମନ୍ଦିର କୁ କଟକଣା ଲଗାଯାଇଥିଲା ।ସେ ଯାହାବି ହେଉ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ ଆଜି ବିଶ୍ୱ ପ୍ରସିଦ୍ଧ ସୁର୍ଯ୍ୟ ମନ୍ଦିର ଖୋଲିବା ପରେ ନିଶ୍ଚିତ ଭାବରେ ଖୁସିର ମାହୋଲ ସୁଷ୍ଟି ହୋଇଛି

Leave a Reply

Your email address will not be published. Required fields are marked *