ଜେନେଲିଆ ଏବେ କରୋନା ନେଗେଟିଭ୍

ମୁମ୍ବାଇ:- ବଲିଉଡ୍‌ ଅଭିନେତ୍ରୀ ଜେନେଲିଆ ଦେଶମୁଖ ଏକ ନୂଆ ଖୁଲାସା କରିଛନ୍ତି । ସେ କହିଛନ୍ତି, ୩ ସପ୍ତାହ ତଳେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କୁ ଆଇସୋଲେସନରେ ରହିବାକୁ ପଡ଼ିଥିଲା । କିନ୍ତୁ ଏବେ ତାଙ୍କର ନମୁନା ରିପୋର୍ଟ ନେଗେଟିଭ୍‌ ଆସିଛି । ଏକ ଇମୋସନାଲ ପୋଷ୍ଟ ଲେଖି ଜେନେଲିଆ ଏ ବାବଦରେ ଫ୍ୟାନ୍‌ମାନଙ୍କୁ ଅବଗତ କରାଇଛନ୍ତି ।ସେ ଲେଖିଛନ୍ତି କରୋନା ଆକ୍ରାନ୍ତ ହେବା ପରେ ୨୧ ଦିନ ଧରି ଲକ୍ଷଣବିହୀନ ଥିଲି । ଭଗବାନଙ୍କ କୃପାରୁ ମୋର କୋଭିଡ ଟେଷ୍ଟ ଶେଷରେ ନେଗେଟିଭ୍‌ ବାହାରିଛି । ମୋ ସାଥିରେ ଥିବା ଆଶୀର୍ବାଦ ଯୋଗୁ କରୋନା ଭୂତାଣୁ ସହ ମୋର ଲଢ଼େଇ ଅତ୍ୟନ୍ତ ସହଜ ଥିଲା । ତେବେ ୨୧ ଦିନର ଆଇସୋଲେସନ ମୋ ପାଇଁ ଆହ୍ୱାନମୂଳକ ଥିଲା । ଏକଲାପଣ ଅନୁଭବ କରିଥିଲି । ଡିଜିଟାଲ ଆପ୍‌ରେ ଯେତେ ସମୟ ବିତାଇଲେ ବି ସବୁବେଳେ ଏକା ଏକା ଲାଗୁଥିଲା । ଏବେ ନିଜ ପରିବାର ଓ ପ୍ରିୟଜନଙ୍କ ପାଖକୁ ଫେରିଥିବାରୁ ବହୁତ ଖୁସି ।

Leave a Reply

Your email address will not be published. Required fields are marked *