ସାଇକେଲରେ ବୁହା ହେଲା ମୃତଦେହ: କରୋନା ଭୟରେ ମିଳିଲାନି ୪ କାନ୍ଧ
ବଲାଙ୍ଗୀର;- କରୋନା ଭୟରେ ମିଳିଲାନି ଚାରି କାନ୍ଧ। ଶେଷରେ ସାଇକେଲରେ ବୁହା ହେଲା ମୃତଦେହ। ଘର ଛାଡ଼ି ଚାଲି ଆସିଥିବା ବୁଢା ବାପାର ମୃତଦେହକୁ ସାଇକେଲରେ ବୋହି ନେଲା ପୁଅ। ବଲାଙ୍ଗୀର ଲୋଇସିଙ୍ଘା ବ୍ଲକ କୁସ୍ମେଲ ପଞ୍ଚାୟତ ଲଙ୍କାବାହାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ୭୦ ବର୍ଷୀୟ ଅକ୍ଷୟ ପାତ୍ର, ତାଙ୍କ ନିଜ ଘର ଲୋଇସିଂଘା ବ୍ଲକ ବଡ଼ଟିକା ଗାଁରେ। ସେ ନିଜେ ଘର ଛାଡ଼ି ଲଙ୍କବାହାଲ ଗାଁରେ ଗୋଟିଏ ଝୁମ୍ପୁଡି ଘରେ ରହୁଥିଲେ। ରବିବାର ତାଙ୍କ ମୃତ୍ୟୁ ହୋଇଛି। ଏ ନେଇ ସ୍ଥାନୀୟ ଯୁବକ ସଂଘ ଦାହ ପାଇଁ ସହଯୋଗ ପାଇଁ ଆଗକୁ ଆସିଥିଲେ। ହେଲେ କରୋନା ଭୟରେ ସେମାନଙ୍କୁ ଶବ ସତ୍କାରରେ ସାମିଲ ନ ହେବା ପାଇଁ କୁହାଯାଇଥିଲା। ଶେଷରେ ବାଧ୍ୟ ହୋଇ ପୁଅ ଭୂଜ ପାତ୍ର ଗୋଟେ ଜରି ବସ୍ତାରେ ବାପାର ମୃତଦେହକୁ ଧରି ମଶାଣିରେ ପହଁଞ୍ଚିଥିଲେ। ସେଠାରେ ନିଜ ବାପାଙ୍କ ଶବ ସତ୍କାର ନିଜେ କରିଥିଲେ। ଯାହାର ଭିଡିଓ ଏବେ ସୋସିିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି।