ମୁଣ୍ଡଳିରେ ପହଞ୍ଚିଲା ମହାନଦୀ ବନ୍ୟାଜଳ, ୯ ଲକ୍ଷ ୮୦ହଜାର କ୍ୟୁସେକ୍ ଜଳ ପ୍ରବାହିତ

କଟକ:-କଟକ ମୁଣ୍ଡୁଳିରେ ପହଞ୍ଚିଲା ହୀରାକୁଦରୁ ଛଡାଯାଇଥିବା ବନ୍ୟାଜଳ । ବର୍ତ୍ତମାନ ୯ ଲକ୍ଷ ୮୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ୨୪ ଘଣ୍ଟାରେ ମୁଣ୍ଡୁଳିରେ ମହାନଦୀରେ ବୃଦ୍ଧି ପାଇଛି ୧ ଲକ୍ଷ କ୍ୟୁସେକ୍ ଜଳ । ପ୍ରଭାବରେ ମହାନଦୀ ଉପକୂଳ ଗତିରାଉତ ପାଟଣାରେ ବନ୍ୟା ସ୍ଥିତି ଦେଖାଦେଇଛି । ତେବେ ଆଗକୁ ସ୍ଥିତି ଗମ୍ଭୀର ହୋଇପାରେ । ତଳିଆ ଅଞ୍ଚଳରେ ବନ୍ୟାପାଣି ପସି ଗାଁଗଣ୍ଡା ବୁଡାଇଲାଣି । ସେପଟେ ଛତିଶଗଡ​‌ରେ ବର୍ଷା କମିଥିବାରୁ ବିପଦ କମିପାରେ ବୋଲି ଆଶଙ୍କା କରିଛି ଜଳ ସମ୍ପଦ ବିଭାଗ ।ଅନ୍ୟପଟେ ନରାଜ ଦେଇ କାଠଯୋଡ଼ିକୁ ପ୍ରବେଶ କରୁଛି ୪ ଲକ୍ଷ ୮୬ ହଜାର ୪୭୧ କ୍ୟୁସେକ୍ ଜଳ । ନାରାଜରେ ପ୍ରବେଶ କରୁଛି ୨୬ ମିଟର, ନିଷ୍କାସିତ ହେଉଛି ୨୪.୨୫ ମିଟର ଉଚ୍ଚର ବନ୍ୟା ଜଳ । କଟକ ଯୋବ୍ରାରେ ମହାନଦୀର ବନ୍ୟା ଜଳ ବିପଦ ସଙ୍କେତ ପାଖାପାଖି ରହିଛି । ଯୋବ୍ରାରେ ବିପଦ ସଂକେତ ୨୧.୯୪ ମିଟର ରହିଥିବା ବେଳେ ଜଳସ୍ତର ୨୧.୯୦ ମିଟର ରହିଛି । ୨୧.୭୫ ମିଟର ଉଚ୍ଚରେ ନିଷ୍କାସିତ ହେଉଛି ବନ୍ୟା ଜଳ । ଯୋବ୍ରା ଦେଇ ମହାନଦୀରେ ପ୍ରବେଶ କରୁଛି ୪ ଲକ୍ଷ ୮୯ ହଜାର ୫୦୩ କ୍ୟୁସେକ୍ ବନ୍ୟାଜଳ । ହୀରାକୁଦର ୪୬ ଗେଟ୍ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ବାମ ପାଖର ୩୧ଟି ଓ ଡାହାଣ ପାଖର ୧୫ଟି ଗେଟ୍‌ ଖୋଲା ରହିଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ୬୨୭.୮୫ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୮ ଲକ୍ଷ ୨ ହଜାର ୫୯୮ ଘନଫୁଟ ଜଳ । ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୭ ଲକ୍ଷ ୬୪ ହଜାର ୪୭୯ ଘନଫୁଟ ଜଳ ।

Leave a Reply

Your email address will not be published. Required fields are marked *