କାଲିଠୁ ସେପ୍ଟେମ୍ବର ୭ ଯାଏଁ ରାଜ୍ୟକୁ କଟକଣା ମୁକ୍ତ
ଭୁବନେଶ୍ୱର:– ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଯାଏଁ ସାରା ରାଜ୍ୟକୁ କଟକଣାମୁକ୍ତ ଘୋଷିତ କରାଯିବ । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଜେଇଇ ଓ ଏନ୍ଇଇଟି ପରୀକ୍ଷାକୁ ନେଇ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।
ସେହିପରି ସେପ୍ଟେମ୍ବର ୧୨ରୁ ସେପ୍ଟେମ୍ବର ୧୪ ତାରିଖ ଯାଏଁ ମଧ୍ୟ ରାଜ୍ୟରେ କୌଣସି କଟକଣା ଲାଗୁ କରାଯିବ ନାହିଁ । ଏନେଇ ଶନିବାର ଦିନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଘୋଷଣା କରିଛନ୍ତି ।
ଏହାସହ ମାସ୍କ ପିନ୍ଧିବା , ସାମାଜିକ ଦୂରତ୍ୱ ରଖିବା ଏବଂ ବାହାରେ ଛେପ ନ ପକେଇବା ନିୟମ କଡାକଡି ପାଳନ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ।