୩୦ଟି ଜିଲ୍ଲାରୁ ଆଉ ୩୨୫୨ କରୋନା ପଜିଟିଭ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୯୭ ହଜାର ଟପିଲା

ଭୁବନେଶ୍ବର:-ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ରାଜ୍ୟରେ ୩୦ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୩୨୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୯୮୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୨୬୫ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭ ହଜାର ୯୨୦କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ରାଜ୍ୟର ୩୦ଟି ଜିଲ୍ଲାରୁ ୩୨୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୭୬୨ ଜଣ,ରାୟଗଡ଼ାରୁ ୪୫୦ , କଟକରୁ ୩୨୩ ଜଣ, ଗଞ୍ଜାମରୁ ୧୬୯ ଜଣ, ବରଗଡ଼ରୁ ୧୪୬ ଜଣ, ପୁରୀରୁ ୧୩୫ଜଣ ମୟୂରଭଞ୍ଜରୁ ୧୨୩ ଜଣ, ନୟାଗଡ଼ରୁ ୧୨୦ ଜଣ, ଢ଼େଙ୍କାନାଳରୁ ୯୪ ଜଣ, ସୁନ୍ଦରଗଡ଼ରୁ ୯୪ ଜଣ, ଯାଜପୁରରୁ ୮୩ ଜଣ, ବାଲେଶ୍ବରରୁ ୭୮ ଜଣ, କେନ୍ଦ୍ରାପଡ଼ାରୁ ୭୭ ଜଣ, ଭଦ୍ରକରୁ ୭୬ ଜଣ, ବଲାଙ୍ଗୀରରୁ ୬୪ ଜଣଏ ସମ୍ବଲପୁରରୁ ୬୩ ଜଣ, ଝାରସୁଗୁଡାରୁ ୫୫ ଜଣ, କେନ୍ଦୁଝରରୁ ୫୦ ଜଣ, ନବରଙ୍ଗପୁରରୁ ୪୧ ଜଣ, ସୋନପୁରରୁ ୩୮ ଜଣ,ବୌଦ୍ଧରୁ ୩୮ ଜଣ,ଜଗତସିଂହପୁରରୁ ୩୬ ଜଣ, କନ୍ଧମାଳରୁ ୨୬ ଜଣ, କୋରାପୁଟରୁ ୨୫ ଜଣ, ନୂଆପଡାରୁ ୨୫ ଜଣ, ମାଲକାନଗିରିରୁ ୨୧ ଜଣ, ଗଜପତିରୁ ୨୦ ଜଣ, ଅନୁଗୁଳରୁ ୧୧ ଜଣ, ଦେବଗଡ଼ରୁ ୭ ଜଣ, କଳାହାଣ୍ଡିରୁ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭ ହଜାର ୯୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୯,୫୭୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୭ ହଜାର ୮୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୫୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୬,୭୦,୯୧୦ ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave a Reply

Your email address will not be published. Required fields are marked *