ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଉପ ଯୁକ୍ତ କ୍ଷତିପୂରଣ, ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ ପାଇଁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର:–  ବନ୍ୟାଜନିତ ମୃତ୍ୟୁ ପାଇଁ ମିଳିବ ଉପଯୁକ୍ତ କ୍ଷତିପୂରଣ । ପୋଲିସ ତଦନ୍ତରେ ଏସଆରସିଙ୍କୁ ରିପୋର୍ଟ ପ୍ରଦାନ ପରେ ନିଆଯିବ ଉପଯୁକ୍ତ ପଦକ୍ଷେପ । ଏପରକି ମୃତ୍ୟୁଜନିତ ସହାୟତା ପ୍ରଦାନ କରାଯିବ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ।ସେହିପରି ବନ୍ୟାଜନିତ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି । କେତେ ଘର ଭାଙ୍ଗିଛି ତାର ରିପୋର୍ଟ ପ୍ରସ୍ତୁତ କରି ଏସଡିଆରଏଫ ଗାଇଡଲାଇନ ଅନୁସାରେ ଯଥାଶୀଘ୍ର ସହାୟତା ରାଶି ପ୍ରଦାନ କରିବା ପାଇଁ ଏସଆରସି ସୂଚନା ଦେଇଛନ୍ତି । ଏହା କେବଳ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକ ପାଇଁ ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *