ମହାନଦୀ ଉପରମୁଣ୍ଡରେ ୨୪ରେ ଘଂଟା ବର୍ଷା ହେବ !! ତଳିଆ ଅଂଚଳରେ ବନ୍ୟା ସ୍ଥିତି ହୋଇପାରେ ଗମ୍ଭୀର

ଭୁବନେଶ୍ବର :-ମହାନଦୀର ଉପର ମୁଣ୍ଡରେ ଆହୁରି ୨୪ ଘଂଟା ବର୍ଷା ସମ୍ଭାବନା ନେଇ ସୂଚନା ଦେଲା ପାଣିପାଗ ବିଭାଗ । ଏନେଇ କନକ ନ୍ୟୁଜକୁ ସୂଚନା ଦେଲେ ଆଂଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ମଦନମୋହନ ଦାସ । ଝାଡଖଣ୍ଡ , ଛତିଶଗଡ ଓ ମଧ୍ୟପ୍ରଦେଶ ଦେଇ ଲଘୁଚାପ ବଳୟ ଗତି କରୂୁଥିବାରୁ ବର୍ଷା ସମ୍ଭାବନା ସୃଷ୍ଟି ହୋଇଛି ।ଉପରମୁଣ୍ଡରେ ବର୍ଷା ଫଳରେ ମହାନଦୀ ଆହୁରି ଫୁଲିବାର ଆଶଙ୍କା ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରେ ୧ ତାରିଖରୁ ପୁଣିଥରେ ବଢିବ ବର୍ଷା । ଉତର ଓ ଦକ୍ଷିଣ ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ଅନୁମାନ କରଛିି ପାଣିପାଗ ବିଭାଗ । କେନ୍ଦୁଝର, ଗଜପତି, ମୟୁରଭଂଜ, ସୁନ୍ଦରଗଡ,ଜଗତସିଂହପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *