ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇରେ ହାଜର ହେଲେ ରିୟା ଚକ୍ରବର୍ତ୍ତୀ : ଡିଆରଡିଓ ଗେଷ୍ଟ ହାଉସରେ ଚାଲିଛି ପଚରାଉଚରା

ନୂଆଦିଲ୍ଲୀ,:-ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା । ସିବିଆଇ ତଦନ୍ତର ଆଜି ଅଷ୍ଟମ ଦିନ । ଘଟଣାର ମୁଖ୍ୟ ଅଭିଯୁକ୍ତ ରିୟାଚକ୍ରବର୍ତ୍ତୀଙ୍କୁ ଆଜି ଜେରା କରିବ ସିବିଆଇ । ଏଥିପାଇଁ ମୁମ୍ୱାଇର ଡିଆରଡିଓ ଗେଷ୍ଟ ହାଉସରେ ପହଁଚିଛନ୍ତି ରିୟା ଚକ୍ରବର୍ତି । ଏବେ ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାକୁ ନେଇ ସିବିଆଇର ସମସ୍ତ ପ୍ରଶ୍ନବାଣର ସମ୍ମୁଖୀନ ହେବେ ରିୟା । ଗୁରୁବାର ଇଣ୍ଡିଆ ଟୁଡେ ଗ୍ରୁପକୁ ରିୟା ଚକ୍ରବର୍ତି ସାକ୍ଷାତକାର ଦେଇ ସୁଶାନ୍ତଙ୍କ ସହିତ ତାଙ୍କର ସଂପର୍କ ବିଷୟରେ କହିବା ପରେ ସାରା ଦେଶରେ ଏହାକୁ ନେଇ ଜୋରଦାର ଚର୍ଚା ହୋଇଥିଲା ।ଗତକାଲି ସିବିଆଇ ଅଧିକାରୀ ରିୟା ଚକ୍ରବର୍ତିଙ୍କ ଭାଇ ସୌଭିକ୍ ଚକ୍ରବର୍ତିଙ୍କୁ ପଚରାଉଚରା କରିଥିଲା । ସୌଭିକଙ୍କୁ ପ୍ରାୟ ୧୪ ଘଂଟା ଧରି ଜେରା ହୋଇଥିଲା । ସେପଟେ ରିୟାଙ୍କ ବାପା ଇନ୍ଦ୍ରଜିତ୍ ଚକ୍ରବର୍ତିଙ୍କୁ ଇଡି କରିଥିଲା ପଚରାଉଚରା ।

Leave a Reply

Your email address will not be published. Required fields are marked *