ଛଡାଗଲା ପ୍ରଥମ ବନ୍ୟାଜଳ : ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ୍‌ ଓ ସମଲ ବ୍ୟାରେଜ୍‌ର ୭ଟି ଗେଟ୍‌ ଯୋଗେ ଜଳ ନିଷ୍କାସନ

ଭୁବନେଶ୍ୱର:-ଅନ୍ତର୍ଜାତୀୟ ସ୍ତରର ସ୍ଥପତି ପତ୍ରିକା ଡେଜିନ୍ ରେ ଓଡିଶାର କୃଷି ଭବନ ସ୍ଥାନ ପାଇଛି । କୃଷି ଭବନର ଉଚ୍ଚକୋଟିର ଆର୍କିଟେକ୍ଚରାଲ ଡିଜାଇନ୍ ପାଇଂ ଏହାକୁ ପ୍ରସଂଶା କରାଯାଇଛି । ସମ୍ବଲପୁରୀ ଇକତ୍  ଡିଜାଇନ ଏହି ବିଲଡିଙ୍ଗକୁ ବେଶ୍ ସୁନ୍ଦର କରିଛି । ଦୂରରୁ ଏହି ବିଲଡ଼ିଙ୍ଗକୁ ଦେଖିଲେ ସମ୍ବଲପୁରୀ ଶାଢୀ ଭଳି ଦେଖା ଯାଉଛି । ଏହାଛଡ଼ା ବିଲଡ଼ିଙ୍ଗ  ଡ଼ିଜାଇନ୍ ରେ ରହିଛି ଓଡ଼ିଶା ପଟଚିତ୍ରର ଝଲକ । ଏହି ପ୍ରତିଷ୍ଠିତ ପତ୍ରିକାରେ ସ୍ଥାନ ପାଇବାରେ ରାଜ୍ୟର କୃଷି ଭବନ ହେଉଛି ପ୍ରଥମ ।  ଲଣ୍ଡନରୁ ପ୍ରକାଶିତ ହେଉଛି ଏହି ଆନ୍ତର୍ଜାତିକ ପତ୍ରିକା ଡେଜିନ୍ ।

ଅନ୍ତର୍ଜାତୀୟ ସ୍ଥପତି ପତ୍ରିକା ଡେ-ଜିନ୍ ରେ ଓଡିଶାର କୃଷି ଭବନ । କୃଷି ଭବନର ଉଚ୍ଚକୋଟିର ଆର୍କିଟେକ୍ଚରାଲ ଡିଜାଇନ୍‌କୁ ବେଶ ପ୍ରସଂଶା କରାଯାଇଛି ଏଥିରେ । ଦେଶର କୌଣସି ସରକାରୀ ବିଲଡିଙ୍ଗ ଭାବେ ଏହି ପ୍ରତିଷ୍ଠିତ ପତ୍ରିକାରେ ସ୍ଥାନ ପାଇବାରେ କୃଷି ଭବନ ହେଉଛି ପ୍ରଥମ । ଲଣ୍ଡନରୁ ପ୍ରକାଶ ପାଉଛି  ଏହି ଆନ୍ତର୍ଜାତିକ ପତ୍ରିକା ଡେଜିନ୍ । ସାରା ବିଶ୍ବରେ ଆର୍କିଟେକ୍ଚରାଲ ଡିଜାଇନ୍ ଉପରେ ପ୍ରକାଶିତ ହେଉଥିବା ଏହି ପତ୍ରିକାର ବେଶ୍ ସୁନାମ ରହିଛି । କୃଷିଭବନରେ ସମ୍ବଲପୁରୀ ଇକତ ଡିଜାଇନ୍ ଏହି ବିଲଡିଙ୍ଗକୁ ବେଶ୍ ସୁନ୍ଦର କରିଛି । ଦୂରରୁ ଏହି ବିଲଡ଼ିଙ୍ଗକୁ ଦେଖିଲେ ସମ୍ବଲପୁରୀ ଶାଢୀ ଭଳି ଦେଖାଯାଉଛି ।

ଏହାଛଡ଼ା ବିଲଡ଼ିଙ୍ଗ  ଡ଼ିଜାଇନ୍ ରେ ରହିଛି ଓଡ଼ିଶା ପଟଚିତ୍ର ସ୍କ୍ରଲ ପେଣ୍ଟିଙ୍ଗର ଝଲକ । ବିଲଡ଼ିଙ୍ଗର କରିଡ଼ରରେ ରହିଛି ଢେ।କ୍ରା ର ମେଟାଲ ୱ।ର୍କ । ତାଛଡ଼ା ଆଖି ଝଲସିବା ଭଳି ଲାଇଟ । ତିନିଟି ଭିନ୍ନ ରଙ୍ଗର ଇଟାରେ ଏହାକୁ ନିର୍ମାଣ କରାଯାଇଛି । ଏହି ବିଲଡ଼ିଙ୍ଗର ଉତ୍ତର ପାଶ୍ବ ଏବଂ ଚଲାପଥ ଅଞ୍ଚଳକୁ ମାଙ୍କଡ଼ା ପଥର ଓ ଖଣ୍ଡେଲାଇଟ ପଥର ଦ୍ବାରା ତିଆାରି କରାଯାଇଛି  ।

Leave a Reply

Your email address will not be published. Required fields are marked *