ଚୀନ ତିଆରି କରିଛି କରୋନା ଟିକା, ଚୁପ୍‌ଚାପ୍‌ ଲୋକଙ୍କୁ ଦେବା ଆରମ୍ଭ କଲାଣି

ନୂଆଦିଲ୍ଲୀ:-ଗୁପ୍ତରେ ଚୀନ  ତିଆରି କରିଛି କରୋନା ଭ୍ୟାକସିନ। ମାସେ ତଳେ ମଞ୍ଜୁରୀ ଦେଇଥିଲା ଆଉ ଏବେ ଜନ ସାଧାରଣଙ୍କୁ ଟିକା ଦେବା ଆରମ୍ଭ କରି ସାରିଛି ଜିନ ପିଙ୍ଗ ସରକାର। ଚୀନର ଜଣେ ବରିଷ୍ଠ ଅଧିକାରୀ ରବିବାର ଏହି ସୂଚନା ଦେଇଥିବା ସିସିଟିଭି ନ୍ୟୁଜ୍ ଏଜେନ୍ସି ଖବରରୁ ଜଣାଯାଇଛି।  ଚୀନରେ ସ୍ଵାସ୍ଥ୍ୟ କର୍ମୀ ଓ ସୀମା ନୀରିକ୍ଷକ ଅଧିକାରୀ ଅର୍ଥାତ ସେନା କର୍ମଚାରୀଙ୍କୁ ଏକ ମାସରୁ ଅଧିକ ସମୟ ହେଲା କରୋନା ଟିକା ଦିଆଯାଇଥିବା ଜଣା ଯାଇଛି।

ସୂଚନା ଅନୁଯାୟୀ ଦୁନିଆକୁ ବିଳମ୍ବରେ ସୂଚନା ଦେଇଥିବା ଚୀନ ଭାକସିନର ବ୍ୟବହାର ଚୁପ୍ ଚାପ୍‌ ଆରମ୍ଭ କରି ଦେଇଛି। ଚୀନ ଗତ ମାସରେ କରୋନା ଭ୍ୟାକସିନର ବ୍ୟବହାର ଆରମ୍ଭ କରିଥିବା ସରକାରୀ ଖବର ପ୍ରସାରରଣକାରୀ ସଂସ୍ଥା ସିସିଟିଭିରୁ ଜଣା ଯାଇଛି। ଏକ  ସାକ୍ଷାତକାରରେ ନ୍ୟାସନାଲ ହେଲ୍‌ଥ କମିସନର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ଝେଙ୍ଗ ଝୋଙ୍ଗଓ୍ଵେଇ କହିଛନ୍ତି, ଜିନପିଙ୍ଗ  ସରକାର ଜୁଲାଇ ୨୨ରେ କରୋନା ଭ୍ୟାକସିନର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ଦେଇଥିଲେ। ଚୀନ ଟିକା ପ୍ରବନ୍ଧନ ଆଇନ ଅନୁଯାୟୀ ଜରୁରୀକାଳୀନ ବ୍ୟବହାର ଆଧାରରେ ଅଣ ମଞ୍ଜୁରୀ ଟିକାକୁ ସେହି ଲୋକଙ୍କ ଉପରେ ଉପଯୋଗ କରିବାକୁ  ଅନୁମତି ଦେଇଛି ଯାହାଙ୍କ ଠାରେ କରୋନା ସଂକ୍ରମଣ ହେବାର ବିପଦ ଅଧିକ  ରହିଛି।

କିନ୍ତୁ ଅଧିକାରୀ ଏହା କହି ନାହାନ୍ତି ଯେ, ଦେଶରେ କେତୋଟି ଟିକାର ବ୍ୟବହାର ଆରମ୍ଭ କରାଯାଇଛି। କାରଣ  ଚୀନରେ ସାତ କରୋନା ଭାକସିନ ଉପରେ କାମ ଚାଲିଛି। ଏଥିରୁ ଚାରୋଟି ଭାକସିନ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣରେ ରହିଛି।

ଚୀନର କରୋନା ଭ୍ୟାକସିନ ଟିକା ବିକାଶ କାର୍ଯ୍ୟ ବଳର ପ୍ରମୁଖ ଝେଙ୍ଗ  ଝୋଙ୍ଗଓ୍ଵେଇ କହିଛନ୍ତି, ଆମେ ଅନେକ ଯୋଜନା ପ୍ରସ୍ତୁତ କରିଛୁ। ଏଥିରେ ମେଡିକାଲର ସହମତି, ଉତ୍ତମ ପରୀକ୍ଷଣ, ଗୁଜବ ଖବର ନିୟନ୍ତ୍ରଣ ଓ ପରୀକ୍ଷଣ ସମୟରେ କିଛି  କ୍ଷତି ହେଲେ କ୍ଷତିପୂରଣ ଦେବା ଆଦି ଯୋଜନା ସାମିଲ।

ସେ କହିଛନ୍ତି କୋଭିଡ୍ ୧୯ ଟିକାର ତୁରନ୍ତ ଉପଯୋଗ କରିବାକୁ ଜୁଲାଇ ୨୨ରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ଏହାକୁ ଗୋଟିଏ ମାସ ବିତି ସାରିଛି। ବର୍ତ୍ତମାନ ଟିକାର କ୍ଲିନିକାଲ ପରୀକ୍ଷଣ ଜାରି ରହିଛି। ଟିକାର ପ୍ରଥମ ଡୋଜ୍ ପାଇଥିବା ରୋଗୀ ଏହାର ଖୁଲାସା କରିଛନ୍ତି ଯେ ଏଥିରେ କିଛି ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି। କିନ୍ତୁ କେହି ହେଲେ  ଶରୀରରେ ଜ୍ଵର ଆସିବା କଥା କହି ନାହାନ୍ତି।

Leave a Reply

Your email address will not be published. Required fields are marked *