ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା
ଲକ୍ଷ୍ନୌ:-ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରେ ଜଣେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଏହି ହତ୍ୟାକାଣ୍ଡ ବାଲିଆ ଜିଲ୍ଲାର ପେଫନା ଥାନା ଅଂଚଳରେ ସୋମବାର ସଂନ୍ଧ୍ୟାରେ ଘଟିଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତ ସାମ୍ବାଦିକ ଜଣକ ଏକ ଘରୋଇ ଟିଭି ଚ୍ୟାନେଲରେ ସାମ୍ବାଦିକ ଭାବେ କାର୍ଯ୍ୟକରୁଥିଲେ । ମୃତ ସାମ୍ବାଦିକଙ୍କ ନାଁ ରତନ ସିଂହ ବୋଲି ଜଣାପଡିଛି ।
ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଠି ହୋଇଛି । ଘଟଣାସ୍ଥଳରେ ପୁଲିସ ପହ଼଼ଞ୍ଚି ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି । ତେବେ ଏହି ହତ୍ୟାକାଣ୍ଡ ଫେଫନା ଗା୍ଁର ମୁଖିଆଙ୍କ ଘର ଠାରୁ କିଛି ଦୂରରେ ହୋଇଥିବା ପୋଲିସ କହିଛି । କୌଣସି ଏକ ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହତ୍ୟାକାଣ୍ଡ ଘଟାଇଥିବା ବ୍ୟକ୍ତି ମୃତ ସାମ୍ବାଦିକ ରତନ ସିଂହଙ୍କ ଘନିଷ୍ଠ ସହଯୋଗୀ ବୋଲି ପୋଲିସ ସୁରାକ ପାଇଛି । ନିଜେ ପୋଲିସ ଏସପି ହତ୍ୟାକାଣ୍ଡ ଘଟିଥିବା ସ୍ଥଳକୁ ଯାଇ ଘଟଣାର ତଦନ୍ତ କରୁଛନ୍ତି ।
ସେହିପରି ରବିବାର ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲାରେ ମଧ୍ୟ ଏକ ଜମିବାଡି ବିବାଦକୁ ନେଇ ତ୍ରିପଲ ମର୍ଡର ହୋଇଥିଲା । ଖୁଟହନ ଥାନା ଅନ୍ତର୍ଗତ ଫିରୋଜପୁର ଗାଁରେ ଏହି ହତ୍ୟାକାଣ୍ଡ ହୋଇଥିଲା । ଯେଉଁଠି ୧୫ ଏକର ଜମିକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଦିର୍ଘଦିନ ଧରି ବିବାଦ ଚାଲୁଥିଲା । ହତ୍ୟାକାଣ୍ଡରେ ଉଭୟ ପକ୍ଷରୁ ମୃତାହତ ହୋଇଥିବା ସୂଚନା ମିଳିଛି । ଘଟଣାପରେ ଉଭୟ ପକ୍ଷ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।