ଅବପାତରେ ପରିଣତ ହେଲା ଉତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ, ୯ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର:- ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର ,ଭଦ୍ରକ, ମୟୁରଭଂଜ,କେନ୍ଦୁଝର, ପାରାଦୀପ, ଝାରସୁଗୁଡା,ଅନୁଗୁଳ,ଦେବଗଡ଼, କଟକର ଖାଲୁଆ ଅଂଚଳରେ ପାଣି ଜମା ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ।ଏହି ଜିଲ୍ଳା ଗୁଡିକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।ଉତର ଉପକୂଳବର୍ତୀ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାର ଏହି ଜିଲ୍ଲା ଗୁଡିକରେ କଚ୍ଚାଘର କ୍ଷତିଗ୍ରସ୍ତ ହୋଇପାରେ ।

ସୋମବାର ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ବିଶେଷ ବର୍ଷା ନଥିଲା । ରାତିରେ ବର୍ଷା ବଢ଼ିବା ସମ୍ଭାବନା ରହିଛି । ଆଇଏମ୍‌ଡି ସତର୍କ କରାଇ ଦେଇଛି,ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଅନେକ ସ୍ଥାନରେ ୧୧୫ ମିମିରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଅଛି । କେତେକ ସ୍ଥାନରେ ୨୦୫ ମିଲିମିଟରରୁ ଅଧିକ (ଅତି ପ୍ରବଳ ବର୍ଷା) ହୋଇପାରେ ।ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଅର୍ଥାତ୍‌ ୬୪ ମିମିରୁ ୧୧୫ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ଅନେକ ସ୍ଥାନରେ ।

ବୁଧବାର ଉପକୂଳରେ ବର୍ଷା ପରିମାଣ କମିବ। ଆଭ୍ୟନ୍ତରୀଣ ଓଡ଼ିଶାର ସମ୍ବଲପୁର, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା ଓ ଦେବଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହେବ। କେତେକ ଜାଗାରେ ଅତି ପ୍ରବଳ (୨୦୫ ମିମିରୁ ଅଧିକ) ବର୍ଷା ଆଶଙ୍କା ରହିଛି। ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, କନ୍ଧମାଳ, ଅନୁଗୁଳ ଓ କେନ୍ଦୁଝରରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ।

ଗୁରୁବାର ବର୍ଷା ପରିମାଣ ସାମାନ୍ୟ କମିବ। ତଥାପି ବରଗଡ଼, ନୂଆପଡ଼ା, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ। ଲଘୁଚାପ ଯୋଗୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ, ଦେବଗଡ଼ ଓ ଝାରସୁଗୁଡ଼ାରେ ସମୁଦାୟ ୧୦୦ ମିମିରୁ ଅଧିକ ବର୍ଷା ସମ୍ଭାବନା ଅଛି। ପଶ୍ଚିମ ସୀମାନ୍ତ ଜିଲ୍ଲାର କେତେକ ସ୍ଥାନରେ ୮୦ରୁ ୧୦୦ ମିମି ଓ ବାକି ଅଞ୍ଚଳରେ ୬୦-୮୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।

୨୫ ଓ ୨୬ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି। ଉତ୍ତର ସୀମାନ୍ତ ଓ ପଶ୍ଚିମ ସୀମାନ୍ତରେ ଭାରି ବର୍ଷା ହେବ। ସୁନ୍ଦରଗଡ଼ ଓ ସଂଲଗ୍ନ ଅଞ୍ଚଳରେ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହୋଇପାରେ। ଉପକୂଳ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରାୟତଃ ଭାରି ବର୍ଷା ସମ୍ଭାବନା ଅଛି । ୨୭ରେ ଉତ୍ତର ସୀମାନ୍ତ ଜିଲ୍ଲାଗୁଡ଼ିକରେ ବର୍ଷା କମିବ। ୨୮ରେ ସାରା ରାଜ୍ୟରେ ବର୍ଷା କମିବ ।

Leave a Reply

Your email address will not be published. Required fields are marked *