ସେପ୍ଟେମ୍ବରରେ ଖୋଲିପାରେ ସିନେମା ହଲ୍: ସୁରକ୍ଷା ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ;
ନୂଆଦିଲ୍ଲୀ :- କରୋନା ଭାଇରସ ଓ ଲକଡାଉନ୍ ଯୋଗୁଁ ପ୍ରାୟ ୪ ମାସ ହେବ ବନ୍ଦ ଥିବା ସିନେମା ହଲ୍ ଏବେ ସେପ୍ଟେମ୍ବରରେ ଖୋଲିପାରେ । ଆଶା କରାଯାଉଛି କି ଏଥର ଅନଲକରେ ସିନେମା ହଲ୍ ଓ ଥିଏଟର ବ୍ୟତୀତ ସ୍କୁଲ, କଲେଜ, ସପିଂ ମଲରେ ମଧ୍ୟ ସବୁ ଷ୍ଟୋର ଖୋଲିବା ନେଇ ସରକାର ଆଶ୍ୱସ୍ତି ଦେଇପାରନ୍ତି । ସାରା ଦେଶରେ ବଡ ବଡ ସିନେମା ହଲ୍ ମାଲିକମାନେ ଗ୍ରାହକଙ୍କୁ ଥିଏଟର ପର୍ଯ୍ୟନ୍ତ ଆଣିବା ପାଇଁ ପ୍ରସ୍ତୁତି କରୁଛନ୍ତି । ମଲ୍ଟିପ୍ଲେକ୍ସ ମୁଭି ଟିକେଟରେ ମଧ୍ୟ ଭାରି ରିହାତି ଦେବା ପାଇଁ ପ୍ରସ୍ତୁତି ଚାଲିଛି ।
ଅନଲକ୍ ୩ ୩୧ ଅଗଷ୍ଟରେ ସମାପ୍ତ ହେବାକୁ ଯାଉଛି । ଏହା ପରେ ସରକାର ପୁଣି ଅନଲକ୍ ୪ ଘୋଷଣା କରିପାରନ୍ତି, ଯେଉଁଥିରେ ସିନେମା ହଲ୍, ଥିଏଟର ଖୋଲିବା ନେଇ ନିର୍ଦ୍ଦେଶନାମା ଜାରି ହୋଇପାରେ । ୫ ମାସରୁ ସିନେମାହଲ୍ ବନ୍ଦ ରହିବା ଯୋଗୁଁ ବଲିଉଡକୁ ୧ ହଜାର କୋଟି ଟଙ୍କାର ଘାଟା ହୋଇଛି । ହଲ୍ ମାଲିକମାନେ ମଧ୍ୟ ବଡ କ୍ଷତି ସହିଛନ୍ତି ।
କାର୍ଣ୍ଣିଭାଲ୍ ସିନେମାର ଏମଡି ପି.ଭି ସୁନିଲ କୁହନ୍ତି କି ପ୍ରାରମ୍ଭିକ ସପ୍ତାହ ପାଇଁ ଆମ ପାଖରେ ବହୁତ ଯୋଜନା ରହିଛି । ଏଥିରେ ଫ୍ରଣ୍ଟଲାଇନ୍ ୱର୍କ୍ସ ଭଳି ମେଡିକାଲ୍ ଓ ପୋଲିସକର୍ମୀଙ୍କ ପାଇଁ ଫ୍ରିରେ ଫିଲ୍ମ ଟିକେଟ, ୨ ଟିକେଟରେ ଗୋଟିଏ ଫ୍ରି ଟିକେଟ୍ ଯୋଜନା ମଧ୍ୟ ରହିଛି । ମଲ୍ଟିପ୍ଲେକ୍ସ ଚେନ୍ ଏବେ କ୍ୟାଶ୍ ବ୍ୟାକ୍ ସହିତ ଟିକେଟ୍ ପାଇଁ କୁପନ୍ସ ମଧ୍ୟ ଦେଉଛି ।ଛୋଟ ପିଲା ଓ ସିନିୟର ସିଟିଜେନଙ୍କ ପାଇଁ ମଧ୍ୟ ଅନେକ ପ୍ଲାନ୍ ରହିଛି । ତେବେ ଏହା ସରକାରୀ ଦିଶାନିର୍ଦ୍ଦେଶ ଉପରେ ନିର୍ଭର କରିବ କି ସେମାନଙ୍କୁ ହଲକୁ ଆସିବାକୁ ଅନୁମତି ଅଛି କି ନାହିଁ ।
ଚୌହାନ କୁହନ୍ତି କି ଯଦି ସିନେମାହଲ୍ ଖୋଲିବ ତେବେ ଦର୍ଶକଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ଆଗ ସୁରକ୍ଷା ପରେ ମୁନାଫା । ସମ୍ପର୍କ ରହିତ ନେଣଦେଣ, ନିୟମିତ ସ୍ୱଚ୍ଛତା, କର୍ମଚାରୀଙ୍କ ପାଇଁ କୌଶଳ ପ୍ରଶିକ୍ଷଣ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯିବ । ଏହା ସହିତ ଟିକେଟ୍ ଦାମ ମଧ୍ୟ କମ୍ କରିବା ଉପରେ ବିଚାର କରାଯାଉଛି । ଚୌହାନ କହିଛନ୍ତି କି ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରୋଟକଲ୍ ଉପରେ ଖର୍ଚ୍ଚକୁ ଦେଖି ଏହା ସହିତ ଆରମ୍ଭ କରିବା ପାଇଁ ୩୦-୪୦% ଅକ୍ୟୁପେନ୍ସି ହେବ ।