ଖୋର୍ଦ୍ଧାର ୪ ବ୍ଲକରେ ବଢୁଛି ସଂକ୍ରମଣ
ଖୋର୍ଦ୍ଧା:-ଖୋର୍ଦ୍ଧାର ଦିନକୁ ଦିନ ବଢୁଛି ପଜିଟିଭ୍ ସଂଖ୍ୟା । ଜିଲ୍ଲାର ୪ ବ୍ଲକରେ ବଢୁଛି ସଂକ୍ରମଣ ହାର । ଏହି ୪ ବ୍ଲକ ଗୁଡ଼ିକ ହେଉଛି-: ବାଣପୁର, ବାଲୁଗାଁ, ଟାଙ୍ଗି ଏବଂ ବୋଲଗଡ଼ । ତେବେ ବର୍ତ୍ତମାନ ସୁଦ୍ଧା ଏହି ବ୍ଲକରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଏହି ଗାଁ ଗୁଡ଼ିକୁ ସଂକ୍ରମଣ ହାର ବଢୁଥିବା କାରଣରୁ ଏହାକୁ ରେଡ୍ କାଟାଗୋରୀରେ ରଖାଯାଇଛି ।ଅନ୍ୟପଟେ ଜିଲ୍ଲାବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ହେଉଛି କି, ବିଗତ ୧୪ ଦିନ ଭିତରେ ଖୋର୍ଦ୍ଧା ଜିଲ୍ଲାର ୭୪ ପ୍ରତିଶତ ଗାଁରୁ କୌଣସି ପଜିଟିଭ୍ କେସ୍ ଚିହ୍ନଟ ହୋଇ ନାହାନ୍ତି । ତେଣୁ ଏହି ଗାଁ ଗୁଡ଼ିକୁ ଗ୍ରୀନ୍ କାଟାଗୋରୀରେ ରଖାଯାଇଛି । ଯେଉଁ ସ୍ଥାନରୁ ସଂକ୍ରମଣ ହାର ବଢୁଛି ସେହି ଅଞ୍ଚଳକୁ ରେଡ୍ କାଟାଗୋରୀରେ ରଖାଯାଇଛି । କିନ୍ତୁ ଉଚିତ୍ ପଦକ୍ଷେପ ଦ୍ୱାରା ଏବେ ସଂକ୍ରମଣ ହାର କମୁଛି ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ।