ସୁଧୁରୁନି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ:-ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ପର୍ଯ୍ୟନ୍ତ କୌଣସି ସୁଧାର ହୋଇନି। ଦିଲ୍ଲୀ କ୍ୟାଣ୍ଟେନମେଣ୍ଟସ୍ଥିତ ଆର୍ମି ରେଫରାଲ ହସ୍ପିଟାଲ ଶନିବାର ଜାରି କରିଥିବା ହେଲଥ୍ ବୁଲେଟିନ୍‌ରେ ଏହି ସୂଚନା ଦେଇଛନ୍ତି। ତାଙ୍କର ସ୍ଥିତି ଏବେ ସ୍ଥିରଥିବା ବେଳେ ଜୀବନ ରକ୍ଷକ ପ୍ରଣାଳୀରେ ରଖାଯାଇଛି।ସେ ଏବେବି କୋମାରେ ଅଛନ୍ତି ଓ ବିଶେଷଜ୍ଞ ଡାକ୍ତର ତାଙ୍କ ଫୁସଫୁସ୍‌ ସଂକ୍ରମଣର ଚିକିତ୍ସା କରୁଥିବାର ବୁଲେଟିନରେ ସୂଚନା ଦିଆଯାଇଛି।  ତାଙ୍କ କ୍ଲିନିକାଲ ପାରାମିଟର ସ୍ଥିର ଥିବା ବେଳେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ସଂକେତକୁ ଅପେକ୍ଷା କରାଯାଇଛି। ତେବେ ଏଥିରେ ଶନିବାର ଦିନଟି ମଧ୍ୟ ଗତ ହୋଇଥିବା ବେଳେ ତାଙ୍କ ଠାରେ ସେଭଳି କୌଣସି ଲକ୍ଷଣ ଦେଖାଯାଇନଥିବା ବୁଲେଟିନରେ ସୂଚିତ କରାଯାଇଛି।

Leave a Reply

Your email address will not be published. Required fields are marked *